କନକ ବ୍ୟୁରୋ: ବେଆଇନ ବାଲି ଚୋରା ଚାଲାଣ ଉପରେ ବଡ଼ ଚଢାଉ, ୧୯ଟି ବାଲି ବୋଝେଇ ହାଇୱା ଜବତ । ବାଲି ଗାଡି ଗୁଡିକ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ବିଳମ୍ବିତ ରାତିରେ ଚଢାଉ କରାଯାଇ ଗାଡ଼ିଗୁଡିକୁ ଜବତ କରାଯାଇଛି । ବାଲେଶ୍ୱର ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଖଣି ଅଧିକାରୀ ଓ ସୋର ଅତିରିକ୍ତ ତହସିଲଦାର ଓ ସୋର ପୁଲିସ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା । ଗାଡ଼ିର ଡ୍ରାଇଭର ମାନେ ଗାଡ଼ି ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ, ସକାଳୁ ଅନ୍ୟ ଡ୍ରାଇଭରଙ୍କ ଦ୍ବାରା ଗାଡ଼ି ଗୁଡିକୁ ଅଣାଯାଇଥିଲା। ଫାଇନ ଆଦାୟ ପରେ ଗାଡି ଗୁଡ଼ିକୁ ଛଡାଯିବ ବୋଲି ଜଣାପଡିଛି ।
ବେଆଇନ୍ ବାଲି ଚାଲାଣ ଉପରେ ଚଢାଉ । ୧୯ ବାଲି ବୋଝେଇ ହାଇୱା ଜବତ ।
ବାଲେଶ୍ବର ସୋରରେ ବେଆଇନ୍ ବାଲି ଚାଲାଣ ଉପରେ ଚଢାଉ । ୧୯ ବାଲି ବୋଝେଇ ହାଇୱା ଜବତ । ଭଦ୍ରକରୁ ବାଲେଶ୍ବର ଚାଲାଣ ବେଳେ ଅତିରିକ୍ତ ତହସିଲଦାର ଓ ପୋଲିସର ମିଳିତ ଚଢାଉ ।
/kanak/media/media_files/2025/03/02/jury4OFAgelY5hSj99ir.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)