କନକବ୍ୟୁରୋ : ରାଜ ରାସ୍ତାରେ ହାତୀପଲ  ।   ରାସ୍ତାରେ ବୁଲୁଛନ୍ତି ଗୋଟିଏ କି ଦୁଇଟି ନୁହେଁ, ବୁଲୁଛନ୍ତି ୧୯ ଟିକିଆ ହାତୀପଲ  ।  ଏତେ ହାତୀଙ୍କୁ ଦେଖି ଭୟଭୀତ ସ୍ଥାନୀୟ ଲୋକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଆଠଗଡ଼-ମୁଣ୍ଡୁଳୀ ରାସ୍ତାରେ  ।    ରାସ୍ତା ପାରି ହେଉଛନ୍ତି ହାତୀ , ଆଉ ସେମାନଙ୍କ ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଗାଡି ମଟର  ।    ହାତୀଙ୍କୁ ଦେଖି ଆତଙ୍କିତ ଅବସ୍ଥାରେ ଯାତାୟାତ କରୁଛନ୍ତି  ଯାତ୍ରୀ  ।  ତେବେ ସେମାନଙ୍କ ଉପରେ ନଜର ରଖିଛି ବନବିଭାଗ ।