ରାଜ୍ୟରେ ଆଇଏଏସ୍, ଆଇପିଏସ୍ ମରୁଡି ; ଖାଲି ପଡ଼ିଛି ୧୮୨ ପୋଷ୍ଟ

ରାଜ୍ୟରେ ଆଇଏଏସ୍ ଆଉ ଆଇପିଏସଙ୍କ ମରୁଡି । ଖାଲି ପଡ଼ିଛି ୧୮୨ ପୋଷ୍ଟ । ରାଜ୍ୟର ବିଧାନସଭାର ପ୍ରଶ୍ନୋତ୍ତରରୁ ଏମିତି କିଛି ତଥ୍ୟ ଏବେ ସାମ୍ନାକୁ ଆସିଛି । ସୂଚନା ମୁତାବକ, ରାଜ୍ୟରେ ଏବେ ବି ୧୮୨ ଆଇଏଏସ୍, ଆଇପିଏସ୍ ଆଉ ଆଇଏଫଏସ୍ ପଦବୀ ଫାଙ୍କା ପଡ଼ିଛି । ଏନେଇ ଲିଖିତ ସୂଚନା ଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

IAS- IPS

କନକ ବ୍ୟୁରୋ: ରାଜ୍ୟରେ ଆଇଏଏସ୍ ଆଉ ଆଇପିଏସଙ୍କ ମରୁଡି । ଖାଲି ପଡ଼ିଛି ୧୮୨ ପୋଷ୍ଟ । ରାଜ୍ୟର ବିଧାନସଭାର ପ୍ରଶ୍ନୋତ୍ତରରୁ ଏମିତି କିଛି ତଥ୍ୟ ଏବେ ସାମ୍ନାକୁ ଆସିଛି । ସୂଚନା ମୁତାବକ, ରାଜ୍ୟରେ ଏବେ ବି ୧୮୨ ଆଇଏଏସ୍, ଆଇପିଏସ୍ ଆଉ ଆଇଏଫଏସ୍ ପଦବୀ ଫାଙ୍କା ପଡ଼ିଛି । ଏନେଇ ଲିଖିତ ସୂଚନା ଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ତେବେ ବିଜେଡି ବିଧାୟକ ଅରୁଣ ସାହୁ ଏନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ । ସେ ପଚାରିଥିଲେ ଯେ, ରାଜ୍ୟର ଆଇଏଏସ୍, ଆଇପିଏସ୍ ଏବଂ ଆଇଏଫଏସ୍ ସେବାରେ ମୋଟ ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା କେତେ? ଆଉ ଆଜିର ଦିନରେ କେତେ ଅଧିକାରୀଙ୍କ ପଦବୀ ଖାଲି ପଡ଼ିଛି?

ias ips

ଏହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ଆଇଏଏସଙ୍କ ସଂଖ୍ୟା ହେଉଛି ୨୪୮ । କିନ୍ତୁ ତା ଭିତରୁ ଏବେ ବି ୪୫ଟି ପଦବୀ ଏବେ ବି ଫାଙ୍କା ପଡ଼ିଛି । ସେହିପରି ୧୯୫ଟି ମଞ୍ଜୁରୀପ୍ରାପ୍ତ ଆଇପିଏସ୍ ସଂଖ୍ୟା ଥିଲେ ବି, ତା ଭିତରୁ ୬୬ଟି ପଦବୀ ଫାଙ୍କା ପଡ଼ିଛି । ସେହିଭଳି ଏବେ ବି ୩୪୨ ଓଏଏସ୍ ପଦବୀ ଏବଂ ୧୪୧ ଓପିଏସ୍ ପଦବୀ ଖାଲି ପଡ଼ିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe