କନକ ବ୍ୟୁରୋ: ଆଜିଠୁ ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହୋଇଛି ମାଆଙ୍କ ଷୋଡ଼ଶ ଉପଚାର ପୂଜା । ମୂଳାଷ୍ଚମୀଠାରୁ ମହାଷ୍ଟମୀ ଯାଏଁ ରିତିନୀତି ଅନୁଯାଇ ମାଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ଚାଲିବ। ଜଗତସିଂହପୁରର ଶାରଳା ପୀଠ, କଟକର ଗଡ଼ଚଣ୍ଡୀ, ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆଜିଠୁ ସ୍ବତନ୍ତ୍ର ପୂଜା ବିଧି ଆରମ୍ଭ ହୋଇଛି। ପ୍ରତିଦିନ ମା ବିଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। 

Advertisment

ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଶକ୍ତିପୀଠ। ବିଭିନ୍ନ ଦେବୀ ପୀଠରେ ଆଜିଠୁ ଆରମ୍ଭ ହୋଇଛି ମାଆଙ୍କ ଷୋଡ଼ଶ ଉପଚାର ପୂଜା । ମୂଳାଷ୍ଚମୀଠାରୁ ମହାଷ୍ଟମୀ ଯାଏଁ ରୀତିନୀତି ଅନୁଯାୟୀ ମାଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ଚାଲିବ। ବଙ୍ଗୀୟ ଓ ଅନ୍ୟ ପରମ୍ପରାରେ ଶକ୍ତି ପୂଜା ତ୍ରିଦିନାତ୍ମକ କିମ୍ବା ପଞ୍ଚ ଦିନାତ୍ମକ ହୋଇଥିବାବେଳେ ଶ୍ରୀକ୍ଷେତ୍ରରେ ଏହା ଷୋଡ଼ଦିନାତ୍ମକ। ପୁରୀରେ ମୂଳଷ୍ଟମୀରୁ ଆରମ୍ଭ ହୋଇଛି ଶାରଦୀୟ ଦୂର୍ଗାପୂଜା । ଶ୍ରୀମନ୍ଦିରରେ ଦେବୀ ବିମଳାଙ୍କ ସମେତ ଶ୍ରୀକ୍ଷେତ୍ରରେ ଥିବା ଅନ୍ୟ ଦେବୀ ପୀଠରେ ଆଶ୍ୱୀନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଏହି ପୂଜା ଚାଲିବ । ଏଥର ତିଥିରେ ବ୍ୟତିକ୍ରମ କାରଣରୁ ୧୮ ଦିନ ଧରି ପୂଜାବିଧି ଅନୁଷ୍ଠିତ ହେବ । 

 ସୁସଜ୍ଜିତ କଟକର ଶକ୍ତି ପୀଠ । ଭକ୍ତିମୟ ଏବଂ ଭାବମୟ ମନ୍ଦିର ପରିବେଶ । ମୂଳାଷ୍ଟମୀରେ କଟକଚଣ୍ଡୀ ପୀଠରେ ଘଟ ସ୍ଥାପନା କରାଯାଇ ମାଆଙ୍କୁ ସହସ୍ର କୁମ୍ଭାଭିଷେକ କରାଯାଇ ଧରାପୃଷ୍ଠକୁ ଆବାହନ କରାଯାଇଛି । ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା । ମୂଳାଷ୍ଟମୀରେ ଝଙ୍କଡବାସିନୀ ମାଆ ଶାରଳାଙ୍କ ପୀଠରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି । 

ଷୋହଳ ଦିନ ମଧ୍ୟରେ ମାଆ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି ବଲାଙ୍ଗୀର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠ ପାଟଣେଶ୍ଵରୀ ଏବଂ ସମଲେଇଙ୍କ ପୀଠରେ ସ୍ୱତନ୍ତ୍ର ପୂଜା ବିଧି ଆରମ୍ଭ ହୋଇଛି । ନବମୀ ଦିନ ପାଟଣେଶ୍ଵରୀ, ସମଲେଇ ଓ ଡୁଙ୍ଗେଇ ଦେବୀଙ୍କ ବିରାଟ ବଏଲ ଯାତ୍ରା ଅନୁଷ୍ଠିତ   ହେବ ।