ଭାଇଗିରି ସଫା କରିବାକୁ ଏସ୍‌ଟିଏଫ୍ ଟିମ୍‌ର ଅପରେସନ୍ ଗ୍ୟାଙ୍ଗ୍‌ସ ଅଫ୍ ଗଞ୍ଜାମ, ୧୭ ବନ୍ଧୁକ ସହ ୧୮ ଅଭିଯୁକ୍ତ  ହେଲେ ବନ୍ଧା

Advertisment

୧୭ ବନ୍ଧୁକ ସହ ୧୮ ଅଭିଯୁକ୍ତ ବନ୍ଧା ହେଲେ । ଜବତ ହୋଇଥିବା ବନ୍ଧୁକ ମେଡ୍ ଇନ୍ କଟକ ବୟାଳିଶି ମୌଜାର ।

୧୭ ବନ୍ଧୁକ ସହ ୧୮ ଅଭିଯୁକ୍ତ ବନ୍ଧା ହେଲେ । ଜବତ ହୋଇଥିବା ବନ୍ଧୁକ ମେଡ୍ ଇନ୍ କଟକ ବୟାଳିଶି ମୌଜାର ।

ଗ୍ୟାଙ୍ଗସ୍ ଅଫ୍ ଗଞ୍ଜାମ

ଗ୍ୟାଙ୍ଗସ୍ ଅଫ୍ ଗଞ୍ଜାମ Photograph: (kanakNews)

କନକ ବ୍ୟୁରୋ:  ଏସ୍‌ଟିଏଫ୍‌ ନଜରରେ ଗ୍ୟାଙ୍ଗ୍‌ସ ଅଫ୍‌ ଗଞ୍ଜାମ । ଭାଇଗିରି ସଫା କରିବାକୁ ଏସ୍‌ଟିଏଫ୍‌ ଟିମ୍‌ର ଅପରେସନ ‘ଗ୍ୟାଙ୍ଗ୍‌ସ ଅଫ୍‌ ଗଞ୍ଜାମ’ । ଅଣ୍ଟାରେ ବନ୍ଧୁକ ଖୋସି ରାତା ରାତି ଭାଇ ହେବାକୁ ମନ ବଳାଇ ଥିବା କ୍ରିମିନାଲ ବନ୍ଧା ହେବା ପରେ ସାମ୍ନାକୁ ଆସିଛି ମୁଣ୍ଡ ଘୁରାଇ ଦେଲା ଭଳି ତଥ୍ୟ I ଗଞ୍ଜାମରୁ ଧରା ପଡ଼ିଥିବା ସବୁ ବନ୍ଧୁକ ହେଉଛି ମେଡ଼୍‌ ଇନ୍‌ ବୟାଳିସି ମୌଜା ।

୧୭ ବନ୍ଧୁକ ସହ ୧୮ ଅଭିଯୁକ୍ତ ବନ୍ଧା ହେବା ପରେ ଆରମ୍ଭ ହୋଇଛି ଗ୍ୟାଙ୍ଗ୍‌ ମୁଖିଆକୁ ଧରିବା ପାଇଁ ଅପରେସନ । ଗଞ୍ଜାମ ପୁଲିସ ହାତରେ ଭେଟେରାନ କ୍ରିମିନାଲ କଣା ଶିବ ଓରଫ ଶିବ ପ୍ରସାଦ ଜେନା ଗିରଫ ହେବା ପରେ ଆରମ୍ଭ ହୋଇଛି ଖୋଳତାଡ଼ I ଜଣା ପଡିଛି ଏ ସମସ୍ତଙ୍କ ପଛର ସର୍ଦାର ହେଉଛି ସୁପାରୀ କିଲର ଆଲୋକ ପ୍ରଧାନ । ଆଲୋକ ନାଁରେ ଦୁଇଟି ହତ୍ୟାକାଣ୍ଡ ମାମଲା ସହ ପୂର୍ବତନ ଆସ୍କା ଇନ୍ସପେକ୍ଟରଙ୍କ ଉପରକୁ ଗୁଳିମାଡ଼ ଭଳି ବଡ଼ ବଡ଼ ଅପରାଧ ରହିଛି I ତେବେ ଆଲୋକ ମୁଙ୍ଗରରେ ରହି ଗଞ୍ଜାମରେ ଭାଇଗିରି କରିବାକୁ ଏହି ବଡ଼ ଯୋଜନା କରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି ଏସ୍‌ଟିଏଫ୍ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe