ବଳଙ୍ଗାର ଆଉ ଏକ ଘଟଣା , ୪୫ ଦିନ ହେଲା ମିଳୁନି ନିଖୋଜ ନାବାଳିକାର ପତ୍ତା

୪୫ ଦିନ ହେଲା ବଳଙ୍ଗାରେ ଜଣେ ନାବାଳିକା ନିଖୋଜ ଅଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ପୁଲିସର ହାତ ଖାଲି , ଖୋଜିକି ପାଉନି ବଳଙ୍ଗା ପୁଲିସ ।

70

Photograph: (KANAKNEWS)

କନକ ବ୍ୟୁରୋ : ବଳଙ୍ଗାରୁ ସାମ୍ନାକୁ ଆସିଲା ଆଉ ଏକ ଘଟଣା , ୪୫ ଦିନ ହେଲା ବଳଙ୍ଗାରେ ଜଣେ ନାବାଳିକା ନିଖୋଜ ଅଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ପୁଲିସର ହାତ ଖାଲି , ଖୋଜିକି ପାଉନି ବଳଙ୍ଗା ପୁଲିସ । ଥାନାକୁ ଦୌଡ଼ି ଦୌଡ଼ି ବାପା ମା ’ ହତାଶ। ବଳଙ୍ଗା ଥାନା ଅନ୍ତର୍ଗତ ମାଣ୍ଡିଆକୁଦର ୧୭ ବର୍ଷୀୟ ସୋନିତା ମଲ୍ଲିକ୍‌ । ଜୁନ ୧୪ ତାରିଖରେ ହଠାତ୍‌ ନିଖୋଜ ଅଛନ୍ତି ।

ଏ ନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । କିନ୍ତୁ ଏହି ଘଟଣାକୁ ୪୫ ଦିନ ବିତି ଯାଇଥିଲେ ସୁଦ୍ଧା ପୁଲିସର ହାତ ଖାଲି । ନିରାଶ ହୋଇ ପ୍ରତିଦିନ ଥାନାକୁ ଡୌଡୁଛନ୍ତି ନାବାଳିକାର ବାପା ମା’ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe