କନକ ବ୍ୟୁରୋ : ବଳଙ୍ଗାରୁ ସାମ୍ନାକୁ ଆସିଲା ଆଉ ଏକ ଘଟଣା , ୪୫ ଦିନ ହେଲା ବଳଙ୍ଗାରେ ଜଣେ ନାବାଳିକା ନିଖୋଜ ଅଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ପୁଲିସର ହାତ ଖାଲି , ଖୋଜିକି ପାଉନି ବଳଙ୍ଗା ପୁଲିସ । ଥାନାକୁ ଦୌଡ଼ି ଦୌଡ଼ି ବାପା ମା ’ ହତାଶ। ବଳଙ୍ଗା ଥାନା ଅନ୍ତର୍ଗତ ମାଣ୍ଡିଆକୁଦର ୧୭ ବର୍ଷୀୟ ସୋନିତା ମଲ୍ଲିକ୍ । ଜୁନ ୧୪ ତାରିଖରେ ହଠାତ୍ ନିଖୋଜ ଅଛନ୍ତି ।
ଏ ନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । କିନ୍ତୁ ଏହି ଘଟଣାକୁ ୪୫ ଦିନ ବିତି ଯାଇଥିଲେ ସୁଦ୍ଧା ପୁଲିସର ହାତ ଖାଲି । ନିରାଶ ହୋଇ ପ୍ରତିଦିନ ଥାନାକୁ ଡୌଡୁଛନ୍ତି ନାବାଳିକାର ବାପା ମା’ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/07/20/70-2025-07-20-13-24-01.jpg)