ବାନ୍ଧବୀଙ୍କ ସହ ବସିଥିଲେ ୧୭ ବର୍ଷୀୟ ନାବାଳିକା, ପେଟ୍ରୋଲ ଢାଳି ଜାଳିଦେଲା ଯୁବକ

Advertisment

ମୁମ୍ବାଇର ଅନ୍ଧେରି ଅଞ୍ଚଳରେ ଜଣେ ୧୭ ବର୍ଷୀୟା ଝିଅକୁ ଜୀବନ୍ତ ଜାଳିଦେଲା ଜଣେ ଯୁବକ । ଏବେ ନାବାଳିକାଙ୍କ ଅବସ୍ଥା ଗମ୍ଭୀର ରହିଥିବା ନେଇ ସୂଚନା ଦେଇଛି ପୁଲିସ୍ । କେଉଁ କାରଣରୁ ଯୁବକ ଜଣକ ଏଭଳି କାଣ୍ଡ ଘଟାଇଛି ତାହା ଅସ୍ପଷ୍ଟ ରହିଛି । 

ମୁମ୍ବାଇର ଅନ୍ଧେରି ଅଞ୍ଚଳରେ ଜଣେ ୧୭ ବର୍ଷୀୟା ଝିଅକୁ ଜୀବନ୍ତ ଜାଳିଦେଲା ଜଣେ ଯୁବକ । ଏବେ ନାବାଳିକାଙ୍କ ଅବସ୍ଥା ଗମ୍ଭୀର ରହିଥିବା ନେଇ ସୂଚନା ଦେଇଛି ପୁଲିସ୍ । କେଉଁ କାରଣରୁ ଯୁବକ ଜଣକ ଏଭଳି କାଣ୍ଡ ଘଟାଇଛି ତାହା ଅସ୍ପଷ୍ଟ ରହିଛି । 

Fire--

କନକ ବ୍ୟୁରୋ: ମହାରାଷ୍ଟ୍ରର ଅନ୍ଧେରି ଅଞ୍ଚଳରେ ଏକ ବର୍ବର କାଣ୍ଡ ଘଟାଇଛି ଜଣେ ୩୦ ବର୍ଷୀୟ ଯୁବକ । ଜଣେ ୧୭ ବର୍ଷୀୟ ନାବାଳିକା ନିଜ ବାନ୍ଧବୀମାନଙ୍କ ସହ ବସିଥିବା ବେଳେ ତାଙ୍କ ଉପରେ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କରିଛି ଅଭିଯୁକ୍ତ । ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛି ସ୍ଥାନୀୟ ପୁଲିସ । ପୁଲିସ କହିଛି ଯେ ଅନ୍ଧେରି ମାରୋଲ ଅଞ୍ଚଳର ଜଣେ ନାବାଳିକା ଓ ଅନ୍ୟ ଜଣେ ଯୁବକଙ୍କ ମଧ୍ୟରେ ବନ୍ଧୁତା ସମ୍ପର୍କ ଗଢ଼ି ଉଠିଥିଲା । ତେବେ ଏହାକୁ ପସନ୍ଦ କରିନଥିଲା ନାବାଳିକାଙ୍କ ମାଆ । ସେ ଯୁବକଙ୍କୁ ଝିଅଠାରୁ ଦୁରେଇ ରହିବାକୁ ଚେତାବନୀ ଦେଇଥିଲେ । 

ଏହାପରେ ଗତ ରବିବାର ଏହି କାଣ୍ଡ ଘଟାଇଛି ଯୁବକ ଜଣକ । ହତ୍ୟା ଉଦ୍ୟମର ପ୍ରକୃତ କାରଣ ଏଯାଏଁ ଜଣା ପଡ଼ିନାହିଁ । ପୁଲିସ ଅଧିକାରୀଙ୍କ ମୁତାବକ ପୀଡିତା ରାତ୍ରୀଭୋଜନ ପରେ ତାଙ୍କ ବନ୍ଧୁମାନଙ୍କ ସହିତ ଘର ପାଖରେ ବସିଥିଲେ । ଠିକ୍ ସେହି ସମୟରେ ଅଭିଯୁକ୍ତ ଜିତେନ୍ଦ୍ର ଓରଫ ଜିତୁ ତାମ୍ବେ ଆସି ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ଏହି ସମୟରେ ଜିତୁ ମଧ୍ୟ ଆହତ ହୋଇଛି । 

ନାବାଳିକାର ଶରୀର ୬୦ ପ୍ରତିଶତ ପୋଡ଼ି ଯାଇଛି । ମୁହଁ, ବେକ, ପେଟ, ହାତ ଏବଂ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଏବେ ପୀଡିତାଙ୍କ ଅବସ୍ଥା ଗମ୍ଭୀର ରହିଛି ଏବଂ ସେ କଥା କହି ପାରୁନାହାଁନ୍ତି । ସେ ଏବେ କୁପର ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏହି ବର୍ବର କାଣ୍ଡ ପରେ ନାବାଳିକାଙ୍କ ଜଣେ ବନ୍ଧୁ ଏ ବିଷୟରେ ପରିବାର ବର୍ଗକୁ ସୂଚନା ଦେଇଥିଲେ । ସେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଝିଅକୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଏହାପରେ ସୋମବାର ପୁଲିସରେ ଅଭିଯୋଗ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe