କନକବ୍ୟୁରୋ : ମହାନଦୀ ତଳ ମୁଣ୍ଡରେ ନିର୍ମାଣ ହେବ ୧୭ ଗୋଟି ବନ୍ଧ, ୧୫ ଗୋଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ଏବଂ ୪୪ ବ୍ୟାରେଜ । ଏଥିପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ହୀରାକୁଦ ଉପର ମୁଣ୍ଡରେ ଛତିଶଗଡ ଦ୍ବାରା ନିର୍ମିତ ଜଳସେଚନ ପ୍ରକଳ୍ପ, ବିଭିନ୍ନ ଶିଳ୍ପ ଭିରିକ ବ୍ୟାରେଜ, ଆନିକଟ ଇତ୍ୟାଦି ନିର୍ମାଣ ହେବା ପରେ ଜଳସଂକଟର ମୁକାବିଲା ପାଇଁ ଓଡ଼ିଶା ସରକାର ନ୍ୟାୟିକ, ପ୍ରଶାସନିକ ଓ ରାଜନୈତିକ ସ୍ତରରେ ପଦକ୍ଷେପ ଗ୍ରହଣ କରିଛନ୍ତି ।
ମହାନଦୀ ତଳ ମୁଣ୍ଡରେ ନିର୍ମାଣ ହେବ ୧୭ଟି ବନ୍ଧ ଓ ୪୪ଟି ବ୍ୟାରେଜ : କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଥିବା ସୂଚନା ଦେଲେ ମୁଖ୍ୟମନ୍ତ୍ରୀ
ମହାନଦୀ ତଳ ମୁଣ୍ଡରେ ନିର୍ମାଣ ହେବ ୧୭ ଗୋଟି ବନ୍ଧ, ୧୫ ଗୋଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ଏବଂ ୪୪ ବ୍ୟାରେଜ । ଏଥିପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର
/kanak/media/media_files/2025/09/19/1-2025-09-19-07-11-29.jpg)