ଓଡ଼ିଶା ଗସ୍ତରେ ଷୋଡ଼ଶ ଅର୍ଥ କମିଶନ; ସରକାରଙ୍କ ଦାବି ଉପରେ ରହିଛି ନଜର

Advertisment

ସୂଚନା ଅନୁସାରେ ଷୋଡ଼ଶ ଅର୍ଥ କମିଶନରେ ଦାବି ସମ୍ଭାବନା । ୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କା ଦାବି ରଖିବେ ସରକାର । ଏହାକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିସାରିଛି ।

ସୂଚନା ଅନୁସାରେ ଷୋଡ଼ଶ ଅର୍ଥ କମିଶନରେ ଦାବି ସମ୍ଭାବନା । ୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କା ଦାବି ରଖିବେ ସରକାର । ଏହାକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିସାରିଛି ।

16th Finance Commission

Photograph: (kanak news)

କନକ ବ୍ୟୁରୋ : ଫେବ୍ରୁଆରୀ ୪ ରୁ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ ଷୋଡ଼ଶ ଅର୍ଥ କମିଶନ । ଗସ୍ତ ସମୟରେ କମିଶନଙ୍କ ଆଗରେ ରାଜ୍ୟ ସରକାର ଆଗାମୀ ୫ବର୍ଷ ଲାଗି କଣ ଦାବି ରଖୁଛନ୍ତି ତାକୁ ନେଇ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ଷୋଡ଼ଶ ଅର୍ଥ କମିଶନରେ ଦାବି ସମ୍ଭାବନା । ୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କା ଦାବି ରଖିବେ ସରକାର । ଏହାକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିସାରିଛି ।ପ୍ରାକୃତିକ ବିପର୍ଯ୍ୟୟ ଲାଗି ସ୍ୱତନ୍ତ୍ର ପ୍ୟାକେଜ ଦାବି ହେବ । ଗ୍ରମାଞ୍ଚଳକୁ ଉନ୍ନତ କରିବା ପାଇଁ ସମସ୍ତ ଅଞ୍ଚଳରେ ନେଟୱର୍କ ସଂଯୋଗ ପରି କେତେକ ଗୁରୁତ୍ୱପୂର୍ଣ୍ଣ ଦାବି ରଖିପାରନ୍ତି ସରକାର । ସେପଟେ ରାଜ୍ୟ ଅର୍ଥ କମିଶନ ଗଠନରେ ବିଳମ୍ବ ହୋଇଥିବା କାରଣରୁ ରାଜ୍ୟ ସରକାରଙ୍କ ଦାବି ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

୨୦୨୧-୨୬ ବର୍ଷ ଲାଗି ତତ୍କାଳୀନ ରାଜ୍ୟ ସରକାର ଅର୍ଥ କମିଶନ ଆଗରେ ୮ ଲକ୍ଷ ୨୪ ହଜାର କୋଟି ଟଙ୍କାର ଦାବି ରଖିଥିବାବେଳେ ୨ ଲକ୍ଷ ୨୨ ହଜାର କୋଟି ଟଙ୍କାର ଅନୁଦାନ ମିଲିଥିଲା । ତେବେ ଅର୍ଥ କମିଶନଙ୍କ ଗରୁତ୍ୱ କଣ

ଅର୍ଥ କମିଶନ୍‌ଙ୍କ ଗୁରୁତ୍ୱ କ'ଣ ?
କେନ୍ଦ୍ର-ରାଜ୍ୟ ମଧ୍ୟରେ କର ଭାଗବଣ୍ଟା ଅନୁପାତ ସ୍ଥିର କରିବା
ରାଜ୍ୟକୁ କେତେ ଗ୍ରାଣ୍ଟ ଇନ୍‌ ଏଡ୍‌ ମିଳିବ ନିଷ୍ପତ୍ତି ନେବା
ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସ୍ୱତନ୍ତ୍ର ପାଣ୍ଠି ପ୍ରଦାନ
ରାଜ୍ୟକୁ ଆବଶ୍ୟକ ପଡ଼ିଲେ ସ୍ୱତନ୍ତ୍ର ଅନୁଦାନ ଦେବା
ରାଜ୍ୟର ଦାବି ଅନୁଶୀଳନ କରି ଅନୁଦାନ ପ୍ରଦାନ କରିବା

ପ୍ରାକୃତୀକ ଦୁର୍ବିପାକ ପ୍ରବଣ ଓଡ଼ିଶାକୁ ସ୍ୱତନ୍ତ୍ର ଅନୁଦାନ ଦାବି କରିଆସୁଥିଲେ ପୂର୍ବ ବିଜେଡି ସରକାର । ହେଲେ ତାହାକୁ ଅଣଦେଖା କରିଆସୁଥିଲେ କେନ୍ଦ୍ରରେ ବିଜେପି ସରକାର । ଏଥର ଷୋଡଶ ଅର୍ଥ କମିଶନରୁ ଅଧିକ ଆଶା ରଖିଛି ଓଡ଼ିଶା । କାରଣ ରାଜ୍ୟରେ ପ୍ରଥମଥର ପାଇଁ ଡବଲ ଇଞ୍ଜିନ ସରକାର ହୋଇଛି ଏବଂ ରାଜ୍ୟ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ମିଲିବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe