କନକ ବ୍ୟୁରୋ: ଚାନ୍ଦବାଲି ବ୍ଲକ ମତୋ ପ୍ଲସ ଥ୍ରୀ କଲେଜରେ ଆଜି ପ୍ରତିଷ୍ଠା ଦିବସ । ଏହା ପୂର୍ବରୁ ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ଧାରା ୧୬୩ ଲାଗୁ ହୋଇଛି । ପୂର୍ବରୁ ଧାରା ୧୪୪ ଲାଗୁ ହେଉଥିଲା । ଏବେ କିନ୍ତୁ ଭାରତୀୟ ନ୍ୟାୟ ସଂହିତାରେ ଧାରା ୧୬୩ ଲାଗୁ ହେଉଛି । ବଡ଼ କଥା ହେଉଛି ଏକ କଲେଜ ପ୍ରତିଷ୍ଠା ଦିବସରେ ଧାରା ୧୬୩ ଲାଗୁ ହୋଇଛି । ଏହି କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠି ମୁଖ୍ୟ ବକ୍ତା ଏବଂ ବିଜେପି ରାଜ୍ୟସଭାପତି ମନମୋହନ ସାମଲ ଯୋଗେଦେବେ । କିନ୍ତୁ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ନିମନ୍ତ୍ରଣ କରାଯାଇନି । ଯାହାକୁ ନେଇ ଚାନ୍ଦବାଲି ରାଜନୀତି ସରଗରମ ରହିଥିବା ସହିତ ଚାପା ସ୍ଥିତି ରହିଥିବା ଜଣାପଡିଛି । ତେଣୁ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।