କନକ ବ୍ୟୁରୋ: ସାରା ଦେଶରେ ବହୁଳ ମାତ୍ରାରେ ବିକ୍ରି ହେଉଥିବା କିଛି ନିର୍ଦ୍ଧିଷ୍ଟ ଔଷଧ ଉପରେ ଲାଗିଲା କଟକଣା। ୧୫୬ଟି ଔଷଧ ବ୍ୟାନ୍ କଲେ କେନ୍ଦ୍ର ସରକାର।
ଫିକ୍ସ ଡୋଜ୍ କମ୍ବିନେସନ୍ ଭାବେ ଜଣା ଏହି ଔଷଧ । ଜ୍ୱର, ଥଣ୍ଡା, ଯନ୍ତ୍ରଣା ଓ ଆଲର୍ଜି ପାଇଁ ଏହି ଔଷଧ ଗୁଡିକ ସାଧାରଣତଃ ବ୍ୟବହାର କରାଯାଇଥାଏ। ଏହା ମଧ୍ୟରେ ଅନେକ ଆଣ୍ଟିବାୟୋଟିକ, ପେନକିଲର ଓ ମଲ୍ଟିଭିଟାମିନ ରହିଛି। ମଣିଷ ଶରୀର ଉପରେ ଏଗୁଡିକର କୁପ୍ରଭାବ ପକାଉଥିବାରୁ ଏହି ଔଷଧ ଗୁଡିକ ଉପରେ କଟକଣା ଲଗାଯାଇଛି।
ଦୁଇ ବା ଅଧିକ ସକ୍ରିୟ ଫାର୍ମାସ୍ୟୁଟିକାଲ ଉପାଦନକୁ ଆନୁପାତିକ ହାରରେ ନିଆଯାଇ ଏହି ଏଫଡିସି ଔଷଧ ପ୍ରସ୍ତୁତ କରାଯାଇଥାଏ। ଏହାକୁ କକଟେଲ୍ ଔଷଧ ବୋଲି ମଧ୍ୟ କୁହାଯାଇଥାଏ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏ ସଂପର୍କରେ ଏକ ଗେଜେଟ୍ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଏସିକ୍ଲୋଫେନାକ ଓ ପାରସିଟାମଲ କମ୍ୱିନେସନ, ମେଫେନାମିକ ଯୁକ୍ତ ପାରାସିଟାମଲ୍ ଇଞ୍ଜେକସନ, ସେଟ୍ରିଜିନ ଏଚସିଏଲ, ପାରାସିଟାମଲ୍ ଓ ଫିନାଇଲେଫ୍ରିନ ଏଚସିଏଲ କମ୍ୱିନେସନ, ଲିଭୋସେଟ୍ରିଜିନ୍, ଫିନାଇଲେଫ୍ରିନ ଏଚସିଏଲ ଓ ପାରାସିଟାମଲ୍ କମ୍ବିନେସନ, କାମିଲୋଫିନ ଡିହାଇଡ୍ରୋକ୍ଲୋରାଇଡ୍ ଓ ପାରାସିଟାମଲ କମ୍ୱିନେସନ ଭଳି ଅନେକ କମ୍ୱିନେସନ ଥିବା ଔଷଧକୁ ବ୍ୟାନ କରାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/mPmA75kbAK7IcZ4GHmZR.jpg)