୧୫୦୦ ଆଇଏସ୍ କଏଦୀ ଜେଲ୍‌ରୁ ଚମ୍ପଟ

Advertisment

ସିରିଆରେ ଇସଲାମିକ୍ ଷ୍ଟେଟ୍ (ଆଇଏସ୍‌ଆଇଏସ୍‌) କଏଦୀଙ୍କ ବଡ଼ ଧରଣର ପଳାୟନ ରିପୋର୍ଟ ଆଞ୍ଚଳିକ ସୁରକ୍ଷା ପ୍ରତି ଚିନ୍ତା ସୃଷ୍ଟି କରିଛି ।  କୁର୍ଦିସ୍ ୱେବସାଇଟ୍ ରୁଡାଓ ଦାବି କରିଛି ଯେ, ସିରିଆର ଶାଦ୍ଦାଦି ଜେଲ୍‌ରୁ ପ୍ରାୟ ୧,୫୦୦ ଇସଲାମିକ୍ ଷ୍ଟେଟ୍ କଏଦୀ ପଳାୟନ କରିଛନ୍ତି ।

ସିରିଆରେ ଇସଲାମିକ୍ ଷ୍ଟେଟ୍ (ଆଇଏସ୍‌ଆଇଏସ୍‌) କଏଦୀଙ୍କ ବଡ଼ ଧରଣର ପଳାୟନ ରିପୋର୍ଟ ଆଞ୍ଚଳିକ ସୁରକ୍ଷା ପ୍ରତି ଚିନ୍ତା ସୃଷ୍ଟି କରିଛି ।  କୁର୍ଦିସ୍ ୱେବସାଇଟ୍ ରୁଡାଓ ଦାବି କରିଛି ଯେ, ସିରିଆର ଶାଦ୍ଦାଦି ଜେଲ୍‌ରୁ ପ୍ରାୟ ୧,୫୦୦ ଇସଲାମିକ୍ ଷ୍ଟେଟ୍ କଏଦୀ ପଳାୟନ କରିଛନ୍ତି ।

2

Photograph: (kanaknews)

କନକବ୍ୟୁରୋ : ସିରିଆରେ ଇସଲାମିକ୍ ଷ୍ଟେଟ୍ (ଆଇଏସ୍‌ଆଇଏସ୍‌) କଏଦୀଙ୍କ ବଡ଼ ଧରଣର ପଳାୟନ ରିପୋର୍ଟ ଆଞ୍ଚଳିକ ସୁରକ୍ଷା ପ୍ରତି ଚିନ୍ତା ସୃଷ୍ଟି କରିଛି ।  କୁର୍ଦିସ୍ ୱେବସାଇଟ୍ ରୁଡାଓ ଦାବି କରିଛି ଯେ, ସିରିଆର ଶାଦ୍ଦାଦି ଜେଲ୍‌ରୁ ପ୍ରାୟ ୧,୫୦୦ ଇସଲାମିକ୍ ଷ୍ଟେଟ୍ କଏଦୀ ପଳାୟନ କରିଛନ୍ତି । କୁର୍ଦ୍ଦିସ୍ ନେତୃତ୍ୱାଧୀନ ସିରିଆନ୍ ଡେମୋକ୍ରାଟିକ୍ ଫୋର୍ସ (ଏସ୍‌ଡିଏଫ୍‌)ର ମୁଖପାତ୍ର ଫରହାଦ ଶାମି ଏହି ସୂଚନା ଦେଇଛନ୍ତି। ତେବେ ସିରିଆ ଗୃହ ମନ୍ତ୍ରଣାଳୟ ଏହି ସଂଖ୍ୟାକୁ ଖଣ୍ଡନ କରି କହିଛି, ଶାଦ୍ଦାଦି ଜେଲ୍‌ରୁ ୧୨୦ ଜଣ ଆଇଏସ୍ କଏଦୀ ଖସି ପଳାଇଛନ୍ତି ।  

ମୁଁ ମୋ ସ୍ତ୍ରୀଙ୍କୁ ହତ୍ୟା କରିଛି, କିନ୍ତୁ ଏହା ମର୍ଡର ନୁହେଁ: ଅଷ୍ଟ୍ରେଲିଆ କୋର୍ଟରେ ଭାରତୀୟଙ୍କ ଅଜବ ଯୁକ୍ତି

ମନ୍ତ୍ରଣାଳୟ ଅନୁଯାୟୀ, ଖସିଯିବା ପରେ, ସିରିଆନ୍ ସେନା ୟୁନିଟ୍ ଓ ସ୍ୱତନ୍ତ୍ର ବାହିନୀ ସହରରେ ସନ୍ଧାନ ଅଭିଯାନ ଚଳାଇଛନ୍ତି । ଏହି ଅଭିଯାନରେ ଏପର୍ଯ୍ୟନ୍ତ ୮୧ ଜଣ ପଳାୟନ କଏଦୀଙ୍କୁ ପୁନର୍ବାର ଗିରଫ କରାଯାଇଛି। ବାକି କଏଦୀଙ୍କ ସନ୍ଧାନ ଜାରି ରହିଛି। ଏହି ଘଟଣା ପୂର୍ବ ସିରିଆର ଶାଦ୍ଦାଦି ସହରରେ ଘଟିଛି। ଜେଲ୍‌ ଏସ୍‌ଡିଏଫ୍‌ ନିୟନ୍ତ୍ରଣରେ ରହିଛି। ପୂର୍ବରୁ, ସିରିଆ ସେନା ଏସ୍‌ଡିଏଫ୍‌ ବିରୋଧରେ ଅଭିଯୋର ଆଣିଥିଲା  ଯେ ଆଇଏସ୍ ସଦସ୍ୟମାନଙ୍କୁ ଜାଣିଶୁଣି ମୁକ୍ତ କରି ଦେଇଛି । 

ରିପୋର୍ଟରେ କୁହାଯାଇଛି, ଏସ୍‌ଡିଏଫ୍‌ ଓ ସିରିଆ ସରକାରଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ।  ଏହାପରେ ଏସ୍‌ଡିଏଫ୍‌ ରାକା ଓ ଡେର ଅଲ-ଜୋର ପ୍ରଦେଶରୁ ଫଛକୁ ହଟିବାକୁ କରିବାକୁ ରାଜି ହୋଇଥିଲା ।  ଏହା ଏକ ଆରବ ବହୁଳ ଅଞ୍ଚଳ ଓ ସିରିଆର ପ୍ରମୁଖ ତୈଳ ଭଣ୍ଡାର। ଏହି ଘଟଣା ଏପରି ଏକ ସମୟରେ ଘଟିଛି  ଯେତେବେଳେ ସିରିଆରେ ରାଜନୈତିକ ଏବଂ ସାମରିକ ପରିସ୍ଥିତି ଦ୍ରୁତ ଗତିରେ ବଦଳିବାରେ ଲାଗିଛି। ଆଇଏସ୍ ବିରୋଧରେ ଲଢ଼େଇରେ ଏସ୍‌ଡିଏଫ୍ ପଶ୍ଚିମ ମେଣ୍ଟର ଏକ ପ୍ରମୁଖ ସହଯୋଗୀ ପାଲଟିଛି। ହଜାର ହଜାର ଆଇଏସ୍ ସଦସ୍ୟ ଓ ସେମାନଙ୍କ ପରିବାର ପୂର୍ବରୁ ବିଭିନ୍ନ ଶିବିର ତଥା ଜେଲ୍‌ରେ ବନ୍ଦୀ ଅଛନ୍ତି । ସେମାନଙ୍କ ପଳାୟନ ଅଞ୍ଚଳରେ ଆତଙ୍କବାଦର ବିପଦକୁ ବୃଦ୍ଧି କରିପାରେ ବୋଲି ଆଶଙ୍କା କରାଯାଉଛି।। ଇରାକ ମଧ୍ୟ ଏହାର ସୀମାରେ ସୁରକ୍ଷା କଡ଼ାକଡ଼ି କରିଛି। କୌଣସି ଆଇଏସ ସଦସ୍ୟଙ୍କୁ ସୀମା ପାର ନ କରିବା ପାଇଁ ପେସମର୍ଗ ଓ ଫେଡେରାଲ ଫୋର୍ସକୁ ହାଇ ଆଲର୍ଟରେ ରଖାଯାଇଛି।

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe