ପୁରୁଣା ଗାଡ଼ିର ପୂରିଲା ଆୟୁଷ, ଚୂନା ହୋଇଯିବ ୫ ହଜାରରୁ ଅଧିକ ସରକାରୀ ଗାଡ଼ି

Advertisment

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ‘ଆମ ସାଥୀ ଆପ୍ ୟୁନିଫାଏଡ୍‌ ହ୍ୱାଟସଆପ୍‌ ବଟ୍‌’ । ଜନ୍ମ ମୃତ୍ୟୁ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ ଏବଂ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଫର୍ଟିଲାଇଜର ଲାଇସେନ୍ସ, ଆନ୍ତର୍ଜାତି ବିବାହରୁ ଲାଭ, ଜାତୀୟ ପରିବାର ଯୋଜନାରୁ ଲାଭ ଭଳି ବହୁ ସୁବିଧା ହ୍ୱାଟସଆପ୍‌ ଜରିଆରେ ମିଳିପାରିବ। 

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ‘ଆମ ସାଥୀ ଆପ୍ ୟୁନିଫାଏଡ୍‌ ହ୍ୱାଟସଆପ୍‌ ବଟ୍‌’ । ଜନ୍ମ ମୃତ୍ୟୁ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ ଏବଂ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଫର୍ଟିଲାଇଜର ଲାଇସେନ୍ସ, ଆନ୍ତର୍ଜାତି ବିବାହରୁ ଲାଭ, ଜାତୀୟ ପରିବାର ଯୋଜନାରୁ ଲାଭ ଭଳି ବହୁ ସୁବିଧା ହ୍ୱାଟସଆପ୍‌ ଜରିଆରେ ମିଳିପାରିବ। 

Scarp-

କନକ ବ୍ୟୁରୋ: ରାସ୍ତାରେ ଗଡ଼ିବନି ୧୫ ବର୍ଷ ପୁରୁଣା ସରକାରୀ ଗାଡ଼ି । ପ୍ରାୟ ୫ ହଜାରରୁ ଅଧିକ ପୁରୁଣା ଗାଡ଼ିକୁ ସ୍କ୍ରାପିଂ କରିବାକୁ ନିଷ୍ପତ୍ତି ସରିଛି । ଏଥିପାଇଁ ଡେଡଲାଇନ ରହିଛି ଅକ୍ଟୋବର ୧୫ । ପ୍ରଦୂଷଣ ରୋକିବା ଦିଗରେ ଏହା ବେଶ ଗୁରୁତ୍ୱ ବହନ କରିବ । 

ସରକାରୀ ଅଫିସରେ ରହିବନି ୧୫ ବର୍ଷର ପୁରୁଣା ଗାଡ଼ି । ଆସନ୍ତା ଅକ୍ଟୋବର ୧୫ ସୁଦ୍ଧା ୧୫ ବର୍ଷର ପୁରୁଣା ଗାଡ଼ିକୁ ସ୍କ୍ରାପିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏନେଇ ପରିବହନ ବିଭାଗର ପ୍ରମୁଖ ସଚିବ ସମସ୍ତ ବିଭାଗୀୟ ସଚିବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ପୂର୍ବରୁ ୪ ହଜାରରୁ ଅଧିକ ପୁରୁଣା ଗାଡ଼ି ସ୍କ୍ରାପିଂ ସରିଛି । ଏ ବାବଦକୁ ୩୦୦ କୋଟି ପାଇଛନ୍ତି ସରକାର । ଏବେ ରାଜ୍ୟ ସରକାରଙ୍କ ପାଖରେ ୫ ହଜାରରୁ ଅଧିକ ୧୫ ବର୍ଷର ପୁରୁଣା ଗାଡ଼ି ରହିଛି । 

୧୫ ବର୍ଷର ପୁରୁଣା ଗାଡ଼ି, କେଉଁ ବିଭାଗରେ କେତେ ? 

  • ଗୃହ ବିଭାଗ ପାଖରେ ୧୧୮୯ଟି ଗାଡ଼ି
  • ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ୪୨୬ଟି
  • ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୩୭୮ଟି
  • ଅଗ୍ନିଶମ ବିଭାଗରେ ୩୮୯ଟି
  • ଜଳସମ୍ପଦ ବିଭାଗରେ ୧୩୪ଟି
  • ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରେ ୧୯୩ଟି ପୁରୁଣା ଗାଡି ରହିଛି
     

ଓଡ଼ିଶାରେ ଯାନବାହନ ସ୍କ୍ରାପ ନୀତି ନଭେମ୍ବର ୨୦୨୨ରୁ କାର୍ଯ୍ୟକାରୀ ହେଉଛି । ଏକକାଳୀନ ୪୦୦୧ରୁ ୬୦୦୦ଟି ଗାଡ଼ି ସ୍କ୍ରାପିଂ କଲେ ଗାଡ଼ି ପିଛା ୧ ଲକ୍ଷ ୨୦ ହଜାର ଟଙ୍କା ମିଳିବ । ଯାଜପୁର ଅଞ୍ଜିରା ତାରିଣୀ ଛକ, ଖୋର୍ଦ୍ଧା କୁମ୍ଭାରବସ୍ତିରେ ଥିବା କେନ୍ଦ୍ରରେ ହେଉଛି ଗାଡ଼ି ସ୍କ୍ରାପିଂ । ୧୫ ବର୍ଷ ତଳର ପୁରୁଣା ଗାଡ଼ି ଚଳାଚଳ ପାଇଁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଛି । ଯାହାକୁ ରୋକିବା ଦିଗରେ ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ସ୍କ୍ରାପିଂ ପରେ ମିଳିବାକୁ ଥିବା ଅର୍ଥରେ ବିଭାଗ ଗୁଡିକ ପାଇଁ କିଣାଯିବ ନୂଆ ଗାଡ଼ି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe