କନକ ବ୍ୟୁରୋ : ସୁଭଦ୍ରା ଯୋଜନାରେ ଅଢ଼େଇ ଲକ୍ଷ ଯୋଗ୍ୟ ମହିଳାଙ୍କୁ ମିଳନି ଟଙ୍କା । ଚତୁର୍ଥ ପର୍ୟ୍ୟାୟରେ ୧୮ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ବେଳେ ମୋଟ ୯୮ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ମିଳିଛି । କିନ୍ତୁ ଏବେ ବି ଅଢ଼େଇ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀ ଅଛନ୍ତି ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇନାହିଁ । ସୁଭଦ୍ରା ପୋଟାଲରେ ଇକେୱାଇସି କରି ନଥିବାରୁ ଏଭଳି ସମସ୍ୟା ହୋଇଥିବା ଜଣାପଡ଼ିଛି। କେଉଁ ହିତାଧିକାରୀ ଟଙ୍କା ପାଇ ନାହାନ୍ତି ତାର ତାଲିକା ବ୍ଲକ, ମୁନସିପାଲଟି, ଜିଲ୍ଲାସ୍ତର ଓ ସୁଭଦ୍ରା ପୋଟାଲରେ ଉପଲବ୍ଧ ରହିଛି । ତେଣୁ ଟଙ୍କା ପାଇ ନଥିବା ହିତାଧିକାରୀମାନେ ଏହି ତାଲିକାକୁ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ତାଲିକାରେ ନାଁ ଥିଲେ ବ୍ୟାଙ୍କ ଯାଇ ଡିବିଟି ଏନେବଲ କରିବା ସହ ସୁଭଦ୍ରା ପୋର୍ଟାଲରେ ବାୟୋମାଟ୍ରିକ ପଦ୍ଧତିରେ ଇକେୱାଇସି କରିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ମାର୍ଚ୍ଚ ୮ ତାରିଖ ସୁଦ୍ଧା ପ୍ରଥମ କିସ୍ତି ଏବଂ ମାର୍ଚ୍ଚ ୮ ତାରିଖରେ ଦ୍ବିତୀୟ କିସ୍ତି ଟଙ୍କା ମିଳିବ । 

Advertisment

'ସୁଭଦ୍ରା'ରୁ ବଞ୍ଚିତ ଅଢ଼େଇ ଲକ୍ଷ
ସୁଭଦ୍ରା ଟଙ୍କା ପାଇବା ପାଇଁ ହିତାଧିକାରୀଙ୍କୁ ୪ଟି ଜିନିଷ ନିଶ୍ଚିତ କରିବାକୁ ପଡ଼ିବ
ହିତାଧିକାରୀଙ୍କ ସିଙ୍ଗିଲ ହୋଲ୍ଡର ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ
ଆକାଉଣ୍ଟ ଟି ହିତାଧିକାରୀଙ୍କ ଆଧାର ସହ ସଂଯୁକ୍ତ ହୋଇଥିବା ଆବଶ୍ୟକ
ସୁଭଦ୍ରା ପୋର୍ଟାଲରେ ବାୟୋମେଟ୍ରିକ ପଦ୍ଧତ୍ତିରେ ଇ-କେୱାଇସି କରିଥିବା ଜରୁରୀ
ଟଙ୍କା ପାଇ ନଥିବା ହିତାଧିକାରୀ ତାଲିକା ଯାଞ୍ଚ କରିବାକୁ ପରାମର୍ଶ
ତାଲିକାରେ ନାଁ ଥିଲେ ବ୍ୟାଙ୍କ ଯାଇ ଡିବିଟି ଏନେବଲ କରିବାକୁ ପରାମର୍ଶ
ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଆକାଉଣ୍ଟକୁ ଆସିବ ଟଙ୍କା