କନକ ବ୍ୟୁରୋ : ପହଲଗାମ୍ ଆତଙ୍କୀ ଆକ୍ରମଣର ଅପରାଧୀଙ୍କୁ ଧରିବାକୁ ସେନା ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ବଡ଼ ତଥ୍ୟ ସାମ୍ନାକୁ ଆସିଛି । କାଶ୍ମୀରର ୧୫ ଜଣ ଆତଙ୍କବାଦୀଙ୍କୁ ଏଭଳି ଘୃଣ୍ୟ ଓ ବର୍ବରକାଣ୍ଡ ଘଟାଇବାରେ ସହାୟତା କରିଥିଲେ । ଆତଙ୍କବାଦୀଙ୍କ ଏହି ସହାୟକମାନଙ୍କୁ ଚିହ୍ନଟ ସରିଛି । ଆତଙ୍କବାଦୀଙ୍କ ସହାୟତା ପାଇଁ ଏମାନେ ଆନୁସଙ୍ଗିକ ବ୍ୟବସ୍ଥା କରିଥିଲେ। ଏପରିକି ପାକିସ୍ତାନରୁ ଆସିଥିବା ଅସ୍ତ୍ରଶସ୍ତ୍ରକୁ ଏମାନେ ଆତଙ୍କବାଦୀଙ୍କ ପାଖରେ ପହଞ୍ଚାଇଥିଲେ । ଏହି ୧୫ ଆତଙ୍କୀ ସହାୟକଙ୍କ ମଧ୍ୟରେ ୫ ଜଣ ମୁଖ୍ୟ ଭୂମିକା ନେଇଥିଲେ । ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଠାବ କରାଯାଇ ଅଟକ ରଖାଯାଇଛି । ଅନ୍ୟ ୨ ଜଣଙ୍କୁ ଖୋଜାଚାଲିଛି । ଅନ୍ୟପଟେ ଆତଙ୍କୀ ଆକ୍ରମଣ କରିଥିବା ୫ ଆତଙ୍କୀଙ୍କ ଖୋଜାଚାଲିଛି । ପହଲଗାମର ଘଞ୍ଚ ଜଙ୍ଗଲରେ ଏବେବି ସେମାନେ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ରୁଷ୍ ଓ ଚୀନର ହସ୍ତକ୍ଷେ ଲୋଡ଼ିଛି ପାକିସ୍ତାନ। ଆତଙ୍କୀ ଆକ୍ରମଣର ତଦନ୍ତରେ ରୁଷ୍, ଚୀନ୍ ଓ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରର ସହାୟତା ଲୋଡ଼ିଛି ପାକିସ୍ତାନ ।
ପହଲଗାମ ଆତଙ୍କୀ ଆକ୍ରମଣକାରୀଙ୍କ ସହଯୋଗ କରିଥିଲେ ୧୫ କାଶ୍ମୀର ଯୁବକ, ୩ ଅଭିଯୁକ୍ତଙ୍କୁ ଅଟକ ରଖି ଚାଲିଛି ଜେରା
ଆତଙ୍କବାଦୀଙ୍କ ଏହି ସହାୟକମାନଙ୍କୁ ଚିହ୍ନଟ ସରିଛି । ଆତଙ୍କବାଦୀଙ୍କ ସହାୟତା ପାଇଁ ଏମାନେ ଆନୁସଙ୍ଗିକ ବ୍ୟବସ୍ଥା କରିଥିଲେ। ଏପରିକି ପାକିସ୍ତାନରୁ ଆସିଥିବା ଅସ୍ତ୍ରଶସ୍ତ୍ରକୁ ଏମାନେ ଆତଙ୍କବାଦୀଙ୍କ ପାଖରେ ପହଞ୍ଚାଇଥିଲେ । ଏହି ୧୫ ଆତଙ୍କୀ ସହାୟକଙ୍କ ମଧ୍ୟରେ ୫ ଜଣ ମୁଖ୍ୟ ଭୂମିକା ନେଇଥିଲେ ।
/kanak/media/media_files/2025/04/27/hs9EwmTMAqoUCedz2tPD.jpg)