କନକ ବ୍ୟୁରୋ: ସତ୍ୟବାଦୀରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ଜଳିଗଲା ୩୦ ବଖରାରୁ ଅଧିକ ଘର। ସୋମବାର ବିଳମ୍ବିତ ରାତିରେ ନିଆଁ ଲାଗି ସବୁ ଜଳିପୋଡି ପାଉଁଶ ହୋଇଯାଇଛି। ସତ୍ୟବାଦୀ ଆଳିଶ ଗାଁରେ ନିଆଁ ଲାଗି ପ୍ରାୟ ୧୫ ପରିବାର ସର୍ବସ୍ୱାନ୍ତ ହୋଇପଡିଛନ୍ତି। ଜଣେ ଗୁରୁତର ହୋଇପଡିଥିବା ବେଳେ ଆସବାବପତ୍ର ସହ ବାଇକ୍ ପୋଡି ଯାଛି। ଏହା ସହ ୩ଟି ଗାଈ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗାଁର ଲୋକେ ନିଆଁକୁ ଆୟତ୍ତ କରିଥିବା ବେଳେ ଏବେ ବି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ନିଆଁ ଲାଗି ୧୫ ପରିବାର ସର୍ବସ୍ୱାନ୍ତ ; ପୁରୀ ସତ୍ୟବାଦୀରେ ଭୟାବହ ଅଗ୍ନିକାଣ୍ଡ ।
Advertisment
Follow Us