ମୟୂରଭଞ୍ଜ କରଞ୍ଜିଆରେ ୧୫ଟିକିଆ ହାତୀପଲ : ବ୍ୟାପକ ଫସଲ ନଷ୍ଟ

Advertisment

କରଞ୍ଜିଆରେ ୧୫ ଟିକିଆ ହାତୀପଲଙ୍କ ଉପଦ୍ରବ  ।  ଫସଲ ନଷ୍ଟ କରିବା ସହ ଆମ୍ବ ବଗିଚାରେ ଡେରା ପକାଇଛନ୍ତି   ।   ଚମ୍ପୁଆ ବନଖଣ୍ଡରୁ ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ବନଖଣ୍ଡରେ ହାତୀପଲ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି   ।

କରଞ୍ଜିଆରେ ୧୫ ଟିକିଆ ହାତୀପଲଙ୍କ ଉପଦ୍ରବ  ।  ଫସଲ ନଷ୍ଟ କରିବା ସହ ଆମ୍ବ ବଗିଚାରେ ଡେରା ପକାଇଛନ୍ତି   ।   ଚମ୍ପୁଆ ବନଖଣ୍ଡରୁ ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ବନଖଣ୍ଡରେ ହାତୀପଲ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି   ।

hari 344-043-

Photograph: (kanaknews)

କନକବ୍ୟୁରୋ : କରଞ୍ଜିଆରେ ୧୫ ଟିକିଆ ହାତୀପଲଙ୍କ ଉପଦ୍ରବ  ।  ଫସଲ ନଷ୍ଟ କରିବା ସହ ଆମ୍ବ ବଗିଚାରେ ଡେରା ପକାଇଛନ୍ତି   ।   ଚମ୍ପୁଆ ବନଖଣ୍ଡରୁ ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ବନଖଣ୍ଡରେ ହାତୀପଲ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି   ।  ଚମ୍ପୁଆ ବନଖଣ୍ଡର ରେଙ୍ଗାଲଗୋଡା, ମୟୂରଭଞ୍ଜ ଜିଲ୍ଲାର ଆଦପୁର ଗାଁ ଦେଇ ଘରମାବେଡା ଗାଁ ଜଙ୍ଗଲକୁ ଆସିବା ବେଳେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି  । 

ହାତୀପଲରେ ୨୩ଟି ହାତୀ ଥିବା ବେଳେ କିଛି ହାତୀ ଚମ୍ପୁଆ ବନଖଣ୍ଡର ପଦ୍ମପୁର ନିକଟରେ ଥିବା ଆମ୍ବ ବଗିଚାରେ ଡେରା ପକାଇଛନ୍ତି  ।  ସେହିପରି ୧୫ ଟିକିଆ ହାତୀ ପୋଲ କରଞ୍ଜିଆ ବନଖଣ୍ଡର ଘରମା ବେଡା ଗାଁ ଜଙ୍ଗଲରେ ଥିବା ବେଳେ ଆଖପାଖ ୧୫ରୁ ଅଧିକ ଗାଁର ଲୋକ ହାତୀ ଭୟରେ ଆତଙ୍କିତ ଅଛନ୍ତି   ।  ଖାଦ୍ୟ ଅନ୍ବେଷଣରେ ହାତୀ ପଲ ଗାଁ ମୁହାଁ ହେଉଛନ୍ତି  । ଯାହାକୁ ନେଇ ଲୋକେ ଆତଙ୍କିତ ଅଛନ୍ତି   । 
--
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe