କନକବ୍ୟୁରୋ : କରଞ୍ଜିଆରେ ୧୫ ଟିକିଆ ହାତୀପଲଙ୍କ ଉପଦ୍ରବ । ଫସଲ ନଷ୍ଟ କରିବା ସହ ଆମ୍ବ ବଗିଚାରେ ଡେରା ପକାଇଛନ୍ତି । ଚମ୍ପୁଆ ବନଖଣ୍ଡରୁ ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ବନଖଣ୍ଡରେ ହାତୀପଲ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି । ଚମ୍ପୁଆ ବନଖଣ୍ଡର ରେଙ୍ଗାଲଗୋଡା, ମୟୂରଭଞ୍ଜ ଜିଲ୍ଲାର ଆଦପୁର ଗାଁ ଦେଇ ଘରମାବେଡା ଗାଁ ଜଙ୍ଗଲକୁ ଆସିବା ବେଳେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି ।
ହାତୀପଲରେ ୨୩ଟି ହାତୀ ଥିବା ବେଳେ କିଛି ହାତୀ ଚମ୍ପୁଆ ବନଖଣ୍ଡର ପଦ୍ମପୁର ନିକଟରେ ଥିବା ଆମ୍ବ ବଗିଚାରେ ଡେରା ପକାଇଛନ୍ତି । ସେହିପରି ୧୫ ଟିକିଆ ହାତୀ ପୋଲ କରଞ୍ଜିଆ ବନଖଣ୍ଡର ଘରମା ବେଡା ଗାଁ ଜଙ୍ଗଲରେ ଥିବା ବେଳେ ଆଖପାଖ ୧୫ରୁ ଅଧିକ ଗାଁର ଲୋକ ହାତୀ ଭୟରେ ଆତଙ୍କିତ ଅଛନ୍ତି । ଖାଦ୍ୟ ଅନ୍ବେଷଣରେ ହାତୀ ପଲ ଗାଁ ମୁହାଁ ହେଉଛନ୍ତି । ଯାହାକୁ ନେଇ ଲୋକେ ଆତଙ୍କିତ ଅଛନ୍ତି ।
--
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/05/03/noq6IixW3aCHClRxmqVo.jpg)