ମୋଦୀଙ୍କ ପ୍ରତିଶ୍ରୁତି ପରେ ଉତ୍ସାହିତ ଶିଳ୍ପପତି ; ଦୁଇ ଦିନରେ ସ୍ବାକ୍ଷରିତ ୧୪୫ ଏମଓୟୁ

ମୋଦୀଙ୍କ ଗ୍ୟାରେଣ୍ଟି ପରେ ଉତ୍ସାହିତ ଶିଳ୍ପପତି । ଦୁଇ ଦିନରେ ସ୍ବାକ୍ଷରିତ ହେଲାଣି ୧୪୫ ଏମଓୟୁ । ସରକାରଙ୍କ ଲକ୍ଷ୍ୟକୁ ବଳିଗଲା ଶିଳ୍ପପତିଙ୍କ ପ୍ରତିଶ୍ରୁତି । ମୁଖ୍ୟମନ୍ତ୍ରୀ ମୋହନ କହିଥିଲେ ୫ଲକ୍ଷ କୋଟି , ନିବେଶକାରୀ କହିଲେ ୧୩ଲକ୍ଷ କୋଟି ଖଟାଇବୁ ।

uTKARSH ODISHA

uTKARSH ODISHA Photograph: (KANAKNEWS)

କନକ ବ୍ୟୁରୋ: ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ଭାବେ ଗଢି ତୋଳିବାକୁ ୨ ଦିନର କସରତ ନୂଆ ଆଶାର ସଂଚାର କରିଛି। ଦୁଇଦିନରେ ଯେଉଁଭଳି ବଡ ଶିଳ୍ପପତି ଓଡ଼ିଶା ଆସିଲେ। ୧୬ଟି ସେକ୍ଟରରେ ନିବେଶ ପାଇଁ ହଁ ଭରିଲେ। ତାହା ସାକାର ହେଲେ ଅପାର ସମ୍ଭାବନା ଥିବା ଓଡ଼ିଶା ଆଗକୁ ଶିଳ୍ପର ହବ୍ ହେବ।  ଦେଖନ୍ତୁ ଦୁଇ ଦିନରେ ଓଡ଼ିଶାକୁ ମିଳିଲା କଣ? 

ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଆସିଲା ରେକର୍ଡ ପୁଞ୍ଜିନିବେଶ। ଦ୍ବିତୀୟ ଦିନରେ ଧାର୍ୟ୍ୟ ପୁଞ୍ଜିନିବେଶ ଲକ୍ଷ୍ୟ ପୂରା ହୋଇଛି। ସନ୍ଧ୍ୟା ସୁଦ୍ଧା ମୋଟ ୧୪୫ଟି ଏମଓୟୁ ସ୍ବାକ୍ଷରିତ ହୋଇଛି।  ଏହାଦ୍ବାରା ୧୨ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ ପାଇଁ ବାଟ ଫିଟିଥିବା ବେଳେ  ୧୨ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। 


- ପର୍ୟ୍ୟଟନ କ୍ଷେତ୍ରରେ ୧୨୧ଟି ପ୍ରକଳ୍ପ ପାଇଁ  ୮ ହଜାର କୋଟିର ପୁଞ୍ଜିନିବେଶ ପ୍ରସ୍ତାବ 
- ହସ୍ତତନ୍ତ ବୟନଶିଳ୍ପ କ୍ଷେତ୍ରରେ ୭୭୬୨ କୋଟିର ପୁଞ୍ଜିନିବେଶ, ୬ଟି ସଂସ୍ଥା ସହ ଏମଓୟୁ
- କୃଷି, ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ନିବେଶକାରୀଙ୍କ ସହ ହଜାରେ କୋଟିର ଏମଓୟୁ
ଆଡଭେଞ୍ଚର ଟୁରିଜିମ,ରିସୋର୍ଟ, ହୋଟେଲ ଆଦି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ମିଳିଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ। 

ଦ୍ବିତୀୟ ଦିନରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ସର୍ବାଧିକ ନିବେଶ ପାଇଁ ପ୍ରସ୍ତାବ ଦେଇଛନ୍ତି ନିବେଶକ। ୬ଟି ବଡ ବଡ କମ୍ପାନି ସହ ପ୍ରାୟ ୩୧ ହଜାର କୋଟିର ଏମଓୟୁ ସ୍ବାକ୍ଷରିତ ହୋଇଛି। ଏମସିଏଲ, ମହାନଦୀ କୋଲଡ ଫିଲଡ, ଏନଏଲସି, ଆଇଓସିଏଲ, ଓଏନଜିସି ତ୍ରିପୁରା, ଆରଇସି କମ୍ପାନୀ ସହ ଏମଓୟୁ କରିଛନ୍ତି ରାଜ୍ୟ ସରକାର । ଏହାସହ ଆଗକୁ ୪ ଲକ୍ଷ ୩୩ ହଜାର କୋଟିର ପୁଞ୍ଜିନିବେଶ ପାଇଁ ମିଳିଛି ପ୍ରତିଶ୍ରୁତି। ସମ୍ମିଳନୀରେ କୃଷି କ୍ଷେତ୍ରକୁ ଫୋକସ କରିଛନ୍ତି ସରକାର। ମହିଳା ଉଦ୍ୟୋଗୀଙ୍କୁ ମନୋବଳ ବଢାଇବାକୁ ଇଣ୍ଡଷ୍ଟ୍ରିଆଲ ପାର୍କ ସହ ଇପିକଲରେ ସ୍ବତନ୍ତ୍ର ସେଲ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe