ରାଜ୍ୟରେ ଖାଲି ପଡ଼ିଛି ୧୪ ହଜାର ଡାକ୍ତର ପଦବୀ : ୯,୬୦୦ ମେଡିକାଲ୍‌ ଅଫିସର୍ ପଦବୀ ଖାଲି

Advertisment

ସାରା ଓଡ଼ିଶାରେ ୯ ହଜାର ୬ ଶହ ୩୩ ମେଡିକାଲ୍‌ ଅଫିସର୍ ପଦବୀ ଖାଲି ପଡ଼ିଛି । ତା’ ଭିତରେ ୪ ହଜାର ୮ ଶହ ୮୦ ଆସିଷ୍ଟାଣ୍ଟ ପ୍ରଫେସର୍ ପଦବୀ ମଧ୍ୟ ରହିଛି ।

ସାରା ଓଡ଼ିଶାରେ ୯ ହଜାର ୬ ଶହ ୩୩ ମେଡିକାଲ୍‌ ଅଫିସର୍ ପଦବୀ ଖାଲି ପଡ଼ିଛି । ତା’ ଭିତରେ ୪ ହଜାର ୮ ଶହ ୮୦ ଆସିଷ୍ଟାଣ୍ଟ ପ୍ରଫେସର୍ ପଦବୀ ମଧ୍ୟ ରହିଛି ।

doctor

doctor Photograph: (KanakNews)

କନକ ବ୍ୟୁରୋ : ରାଜ୍ୟରେ ୧୪ ହଜାର ଡାକ୍ତର ପଦବୀ ଖାଲି । ସାରା ଓଡ଼ିଶାରେ ୯ ହଜାର ୬ ଶହ ୩୩ ମେଡିକାଲ୍‌ ଅଫିସର୍ ପଦବୀ ଖାଲି ପଡ଼ିଛି । ତା’ ଭିତରେ ୪ ହଜାର ୮ ଶହ ୮୦ ଆସିଷ୍ଟାଣ୍ଟ ପ୍ରଫେସର୍ ପଦବୀ ମଧ୍ୟ ରହିଛି । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଶ୍ନରେ ବିଧାନସଭାରେ ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । କେଉଁ ଜିଲ୍ଲାରେ କେତେ ମେଡିକାଲ ଅଫିସର ପଦବୀ ଖାଲି ପଡ଼ିଛି, ତା’ର ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୬୧୩ ପଦବୀ ଖାଲି ପଡ଼ିଛି । ସେହିପରି ଗଞ୍ଜାମରେ ୫୩୭, କଟକରେ ୪୬୨, ସୁନ୍ଦରଗଡ଼ରେ ୪୨୦ଟି ମେଡିକାଲ ଅଫିସର ପଦବୀ ଖାଲି ପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe