କନକ ବ୍ୟୁରୋ: ଆଜି ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ଲିଖିତ ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ । ରାଜ୍ୟରେ କେଉଁ କେଉଁ ଜିଲ୍ଲା ଭୂସ୍ଖଳନ ଓ ଭୂମିକମ୍ପ ପ୍ରବଣ ଅଞ୍ଚଳ ଏବଂ ଏହାକୁ ପ୍ରତିହତ କରିବାକୁ ରାଜ୍ୟ ସରକାର କି ବ୍ୟବସ୍ଥା କରିଛନ୍ତି ବୋଲି ପ୍ରଶ୍ନ ରଖିଥିଲେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା । ଏହାର ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । 
 
ମନ୍ତ୍ରୀଙ୍କ ସୂଚନା ମୁତାବକ, ରାଜ୍ୟରେ ଗଜପତି ସର୍ବାଧିକ ଭୂମିକମ୍ପ ପ୍ରବଣ ଜିଲ୍ଲା ଏଠାରେ ୧୨୯ ଟି ସମ୍ଭାବ୍ୟ ଭୂସ୍ଖଳନ ସ୍ଥାନ ଚିହ୍ନଟ କରାଯାଇଛି । ଭୂସ୍ଖଳନକୁ ହ୍ରାସ କରିବାକୁ ବିଭିନ୍ନ ବିଭାଗ, ଆଇଏମଡି, ଅମୃତା ବିଶ୍ୱବିଦ୍ୟାପୀଠମ୍, କେରଳ ମଧ୍ୟରେ ନିୟମିତ  ସମନ୍ୱୟ  ବୈଠକ ହେଉଛି । ଏହି ସଂକ୍ରାନ୍ତରେ ଏକ ସର୍ଭେ କରିବାକୁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଅମୃତା ବିଶ୍ୱ ବିଦ୍ୟାପୀଠମ ମଧ୍ୟରେ ରାଜନାମା ସ୍ୱାକ୍ଷରିତ ହୋଇଛି ।

Advertisment

ଏହାସହ ରାଜ୍ୟର ୧୪ଟି ଜିଲ୍ଲାକୁ ରହିଛି ଭୂମକମ୍ପ ଭୟ । ଜଗତସିଂପୁର, ପୁରୀ, କେନ୍ଦ୍ରାପଡା, ଖୋର୍ଦ୍ଧା, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ,ବରଗଡ  ଏବଂ ମୟୂରଭଞ୍ଜ ଜିଲ୍ଲା ଗୁଡିକ ଭୂମିକମ୍ପ ପ୍ରବଣ ଜୋନରେ ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।