ନେପାଳରେ ଭାରତୀୟ ବସ ଦୁର୍ଘଟଣା; ଲିଭିଗଲା ୧୪ ଜଣଙ୍କ ଜୀବନ ଦୀପ ।

ତାନାହୁନ ଜିଲ୍ଲାର ବସ ଦୁର୍ଘଟଣାରେ ବଡ଼ ଅପଡେଟ ଆସିଛି । ଏହି ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଗତ ଜୁଲାଇ ମାସରେ ବି ବସ ଦୁର୍ଘଟଣା ଘଟିଥିଲା ।

ଅଦ୍ୟତନ ହୋଇଛି
Nepal bus_

କନକ ବ୍ୟୁରୋ:  ନେପାଳର ତାନାହୁନ ଜିଲ୍ଲାର ବସ ଦୁର୍ଘଟଣାରେ ବଡ଼ ଅପଡେଟ ଆସିଛି । ଏହି ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି ।  ଏକ ଭାରତୀୟ ବସ ୪୦ ଜଣ ଭାରତୀୟ ଯାତ୍ରୀଙ୍କୁ ନେଇ କାଠମାଣ୍ଡୁ ଯାଉଥିବା ବେଳେ ନଦୀକୁ ଖସି ପଡିଥିଲା । ତାନାହୁନ ଜିଲ୍ଲାର ମର୍ସ୍ୟଣ୍ଡି ନାମକ ଉଛୁଳା ନଦୀକୁ ବସଟି ଖସିଥିବା ନେଇ ସୂଚନା ମିଳିଥିଲା ।

ଏହି ବସଟି ପୋଖରାରୁ ବାହାରି କାଠମାଣ୍ଡୁ ଯାଉଥିଲା ।  ବସଟି ନଦୀକୁ ଖସି ପଡିଥିବା ନେଇ ଖବର ମିଳିବା ପରେ ତୁରନ୍ତ ପ୍ରଶାସନ ତଥା ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲା । ଏବେସୁଦ୍ଧା ୧୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । 


୪୫ ଜଣିଆ ଉଦ୍ଧାରକାରୀ ଟିମ ଏବେ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଥିବା ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏହି ବସଟି ଉତ୍ତର ପ୍ରଦେଶର ଗୋରଖପୁରର ବୋଲି ଜଣା ପଡ଼ିଛି । ବସରେ ଥିବା ଯାତ୍ରୀ କେଉଁ ରାଜ୍ୟର ବା କେଉଁ ସ୍ଥାନର ତାହାକୁ ନେଇ କୌଣସି ତଥ୍ୟ ମିଳିପାରିନାହିଁ ।

ଏହାପୂର୍ବରୁ ଗତ ଜୁଲାଇ ମାସରେ ୬୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇଟି ବସ ନେପାଳର ତ୍ରିଶୁଳୀ ନଦୀକୁ ଖସି ପଡ଼ିଥିଲା । ସେହି ସମୟରେ ପ୍ରବଳ ବର୍ଷା ହେଉଥିବା ଦୁଇଟି ବର ଦୁର୍ଘଟଣାର ଶିକାର ହୋଇଥିବା ନେଇ ସ୍ଥାନୀୟ ପ୍ରଶାସନ କହିଥିଲା । ତେବେ କେଉଁ କାରଣରୁ ଭାରତୀୟ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି ତାହାକୁ ନେଇ କୌଣସି ସୂଚନା ମିଳି ପାରିନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe