୧୪୦ କୋଟି ଭାରତୀୟ ଆମର ପ୍ରାଥମିକତା: ବିଦେଶ ମନ୍ତ୍ରାଳୟ

Advertisment

ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଶକ୍ତି କ୍ଷେତ୍ରକୁ ନେଇ ବର୍ତ୍ତମାନର ଆନ୍ତର୍ଜାତିକ ପରିସ୍ଥିତି ମଧ୍ୟରେ ଭାରତ ଏହାର ୧୪୦ କୋଟି ଜନସଂଖ୍ୟାର ସ୍ବାର୍ଥକୁ ପ୍ରାଥମିକତା ଦେବା ଜାରି ରଖିବ। ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ରଣଧୀର ଜୟସ୍ବାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଆନ୍ତର୍ଜାତିକ ପରିସ୍ଥିତି ତଥା ବସ୍ତୁନିଷ୍ଠ ବଜାର ପରିସ୍ଥିତି ସହିତ ଆମର ଶକ୍ତି ଉତ୍ସକୁ ବିବିଧ କରିବା ଉପରେ ଗୁରୁତ୍ବ ଦେଉଛୁ।

ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଶକ୍ତି କ୍ଷେତ୍ରକୁ ନେଇ ବର୍ତ୍ତମାନର ଆନ୍ତର୍ଜାତିକ ପରିସ୍ଥିତି ମଧ୍ୟରେ ଭାରତ ଏହାର ୧୪୦ କୋଟି ଜନସଂଖ୍ୟାର ସ୍ବାର୍ଥକୁ ପ୍ରାଥମିକତା ଦେବା ଜାରି ରଖିବ। ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ରଣଧୀର ଜୟସ୍ବାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଆନ୍ତର୍ଜାତିକ ପରିସ୍ଥିତି ତଥା ବସ୍ତୁନିଷ୍ଠ ବଜାର ପରିସ୍ଥିତି ସହିତ ଆମର ଶକ୍ତି ଉତ୍ସକୁ ବିବିଧ କରିବା ଉପରେ ଗୁରୁତ୍ବ ଦେଉଛୁ।

India-America

India-America Photograph: (kanak news)

କନକ ବ୍ୟୁରୋ : ଭାରତ ରୁଷ୍‌ଠାରୁ ତୈଳ ନ କିଣିବାକୁ ରାଜି ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ପରେ ଭାରତର ବିଦେଶ ମନ୍ତ୍ରାଳୟ ପକ୍ଷରୁ ପ୍ରଥମ ଥର ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଶକ୍ତି କ୍ଷେତ୍ରକୁ ନେଇ ବର୍ତ୍ତମାନର ଆନ୍ତର୍ଜାତିକ ପରିସ୍ଥିତି ମଧ୍ୟରେ ଭାରତ ଏହାର ୧୪୦ କୋଟି ଜନସଂଖ୍ୟାର ସ୍ବାର୍ଥକୁ ପ୍ରାଥମିକତା ଦେବା ଜାରି ରଖିବ। ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ରଣଧୀର ଜୟସ୍ବାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଆନ୍ତର୍ଜାତିକ ପରିସ୍ଥିତି ତଥା ବସ୍ତୁନିଷ୍ଠ ବଜାର ପରିସ୍ଥିତି ସହିତ ଆମର ଶକ୍ତି ଉତ୍ସକୁ ବିବିଧ କରିବା ଉପରେ ଗୁରୁତ୍ବ ଦେଉଛୁ। ଭାରତ ସମସ୍ତ ନିଷ୍ପତ୍ତି ଏହାର ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ନେଉଛି ଓ ଆଗକୁ ମଧ୍ୟ ନେବ। ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ପରେ ଟ୍ରମ୍ପ ଘୋଷଣା କରିଥିଲେ ଯେ, ଭାରତ ଆଉ ରୁଷ୍‌ଠାରୁ ତେଲ କିଣିବ ନାହିଁ। ଏହା ଅପେକ୍ଷା ଭେନେଜୁଏଲା ତୈଳରେ ନିବେଶ କରିବ। ବାଣିଜ୍ୟ ଚୁକ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବୀକାର କରିଥିଲେ ମଧ୍ୟ ରୁଷ୍‌ଠାରୁ ତୈଳ କ୍ରୟ ବନ୍ଦ କରାଯିବା ନେଇ କୌଣସି ମନ୍ତବ୍ୟ ରଖି ନଥିଲେ। ଗୁରୁବାର ଜୟସ୍ବାଲ ସାମ୍ବାଦିକଙ୍କ ସହିତ କଥାବାର୍ତ୍ତା ବେଳେ କହିଥିଲେ ଯେ, ଭେନେଜୁଏଲା ସହିତ ଆମର ଦୀର୍ଘକାଳୀନ ସହଭାଗିତା ରହିଛି। ଆମେ ଭେନେଜୁଏଲା କିମ୍ବା ଅନ୍ୟ ସ୍ଥାନରୁ ଏହାର ବାଣିଜ୍ୟିକ ସମ୍ଭାବନା ଉପରେ ନିର୍ଭର କରି ତୈଳ କିଣିବାକୁ ରାଜି ଅଛୁ ।

ଏହାପୂର୍ବରୁ ରୁଷ୍‌ ସ୍ପଷ୍ଟ କରିଥିଲା ଯେ, ଭାରତ ଯେକୌଣସି ଦେଶରୁ ତୈଳ କିଣିବାକୁ ସମ୍ପୂର୍ଣ୍ଣ ମୁକ୍ତ। ଭାରତ ଅନ୍ୟ କୌଣସି ସୂତ୍ରରୁ ତୈଳ ଆଣିବାର ପ୍ରୟାସ ନୂଆ ନୁହେଁ କି ମସ୍କୋ ବିରୋଧରେ ନୁହେଁ। ଏକ ସାମ୍ବାଦିକ ସମ୍ମିଳନୀରେ କ୍ରେମଲିନ୍‌ ପ୍ରବକ୍ତା ଡିମିତ୍ରି ପେସ୍‌କୋଭ କହିଥି‌ଲେ, ଆମ ସହିତ ଅନ୍ୟ ସମସ୍ତ ଆନ୍ତର୍ଜାତିକ ଶକ୍ତି ବିଶେଷଜ୍ଞ ଜାଣିଛନ୍ତି ‌ଯେ, ରୁଷ୍‌ କେବେବି ଭାରତ ପାଇଁ ତୈଳ ଏବଂ ପେଟ୍ରୋଲିୟମ ଉତ୍ପାଦର ଏକମାତ୍ର ଯୋଗାଣକାରୀ ନଥିଲା। ଭାରତ ପୂର୍ବରୁ ମଧ୍ୟ ତୈଳ ଏବଂ ପେଟ୍ରୋଲିୟମ ସାମଗ୍ରୀ ଅନ୍ୟ ମାଧ୍ୟମରୁ କିଣୁଥିଲା। ସେଥିପାଇଁ ଏହା ଆମ ପାଇଁ କିଛି ନୂଆ କଥା ନୁହେଁ। ପେସ୍‌କୋଭ କହିଥିଲେ, ରୁଷ୍‌ଠାରୁ ତୈଳ କ୍ରୟ ବନ୍ଦ କରିବା ସମ୍ପର୍କରେ ମସ୍କୋ ଭାରତଠାରୁ କୌଣସି ସୂଚନା ପାଇନାହିଁ ।

ଅଧିକ ପଢ଼ନ୍ତୁ---ରାଜ୍ୟସଭାରେ ଉଠିଥିଲା ଦିଲ୍ଲୀର ନିଖୋଜ ଶିଶୁଙ୍କ ପ୍ରସଙ୍ଗ, ବିଜେପିକୁ ଟାର୍ଗେଟ୍ କଲେ ସନ୍ଦୀପ କୁମାର ଓ କେଜ୍ରିଵାଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe