କନକ ବ୍ୟୁରୋ : ଚାକିରି କରାଇ ଦେବାକୁ କହି ଯୁବକଙ୍କ ଠାରୁ ୧୩ ଲକ୍ଷ ୫୦ ହଜାର ଟଙ୍କା ଲୁଟିନେଲେ‌ ଦଲାଲ । ଥାନାରେ ମାମଲା ପରେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଚିନ୍ତାରେ ଠକାମିର ଶିକାର ଯୁବକ । ବିହାର ନଟୱ୍ବର ଅଞ୍ଚଳର ଏକ ଏଫସିଆଇ ଗୋଦାମରେ ଚାକିରି କରାଇ ଦେବା ପାଇଁ କହି ଠକେଇ କରିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ବରହମପୁରା ଗାଁର ଆଦିତ୍ୟ ମାହାଲ ନାମକ ଜଣେ ଦଲାଲ୍ ।

Advertisment

ଅଧିକ ପଢନ୍ତୁ : ମାତିଛନ୍ତି ଅନଲାଇନ୍ ଟ୍ରେଡିଂ ଲୁଟେରା, କୋଟିପତି କରିଦେବାର ଲୋଭ ଦେଖାଇ ଲୁଟିନେଲେ ୨୩ ଲକ୍ଷ

ସେ ଜଳେଶ୍ଵର ଅଞ୍ଚଳର ସତ୍ୟବ୍ରତ ଦାସ ନାମକ ଜଣେ ଯୁବକଙ୍କ ଠାରୁ ୧୩ ଲକ୍ଷ ୫୦ ହଜାର ଟଙ୍କା ନେଇ ଚମ୍ପଟ ମାରିଛି । ଆଦିତ୍ୟ ୫୦ଟି କିସ୍ତିରେ ସତ୍ୟବ୍ରତଙ୍କ ଠାରୁ ଫୋନ୍‌ ପେ’ ଓ ଗୁଗୁଲ୍ ପେ’ ମାଧ୍ୟମରେ ୧୩ ଲକ୍ଷ ୫୦ ହଜାର ଟଙ୍କା ନେଇଥିବା ପ୍ରମାଣ ରହିଛି । ଏନେଇ ସତ୍ୟବ୍ରତ ଜଳେଶ୍ଵର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ୫ ବର୍ଷ ବିତିଗଲାଣି । ଏପର୍ଯ୍ୟନ୍ତ ପୋଲିସ କୈଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ଠକ ଆଦିତ୍ୟ ଖୁଲମଖୁଲା ବୁଲୁଥିବା ଦେଖିବାକୁ ମିଳିଛି ।