ମାଘ ପୂର୍ଣ୍ଣିମା ପାଇଁ ପବିତ୍ର ଭୂମି ପ୍ରୟାଗରାଜରେ ଜମିଲାଣି ଭକ୍ତଙ୍କ ଭିଡ଼ । ମହାକୁମ୍ଭରେ ଯେମିତି ଶ୍ରଦ୍ଧାଳୁଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ନପଡ଼େ ଏଥିପାଇଁ ଯୋଗୀ ସରକାର ସବୁ ବ୍ୟବସ୍ଥା କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶରେ ପ୍ରୟାଗରାଜ ଆଖପାଖର ସବୁ ସହରର ହସ୍ପିଟାଲ ହାଇଆଲର୍ଟ ମୋଡ୍ ରେ ରହିଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଜଳ , ସ୍ଥଳ , ଆକାଶମାର୍ଗରୁ ମହାକୁମ୍ଭ ଉପରେ ନଜର ରଖାଯାଉଛି । ସେବା ଯୋଗାଇବା ପାଇଁ ପ୍ରସ୍ତୁତ ରହିଛନ୍ତି ୧୩୩ ଆମ୍ବୁଲାନ୍ସ । ଏହି ଆମ୍ବୁଲାନ୍ସ ଯେକୌଣସି ପରିସ୍ଥିତିରେ ଶ୍ରଦ୍ଧାଳୁଙ୍କୁ ସେବା ଯୋଗାଇବା ପାଇଁ ତତ୍ପର ରହିବ । ଏଥିରେ ୧୨୫ ଆମ୍ବୁଲାନ୍ସ ସହ ୭ ରିବର୍ ଆମ୍ବୁଲାନ୍ସ ଏବଂ ଗୋଟିଏ ଏୟାର୍ ଆମ୍ବୁଲାନ୍ସ ରହିଛି । 

Advertisment
jal ambulance
jal ambulance Photograph: (google)

ମହାକୁମ୍ଭର ପ୍ରତ୍ୟେକ ସେକ୍ଟରରେ ଅତ୍ୟାଧୁନିକ ଚିକିତ୍ସା ସେବାର ବ୍ୟବସ୍ଥା କରାଯାଇଛି । ଛୋଟ ଅପରେସନରୁ ଆରମ୍ଭ କରି ବଡ଼ ସର୍ଜରୀ ପର୍ଯ୍ୟନ୍ତ ସବୁ ପାଇଁ ପ୍ରସ୍ତୁତ ରହିଛନ୍ତି ଡାକ୍ତର ଏବଂ ଡାକ୍ତରଖାନା । ମହାକୁମ୍ଭମେଳାର ନୋଡାଲ୍ ଚିକିତ୍ସା ସ୍ଥାପନା ଡାକ୍ତର ଗୌରବ ଦୁବେ କୁହନ୍ତି ଯୋଗୀ ସରକାର ଆପାତ୍ତକାଳୀନ ସେବା ପାଇଁ ଆମ୍ବୁଲାନ୍ସ ସେବାକୁ ଗୁରୁତ୍ବର ସହ ନେଇଛନ୍ତି । ଏହି ସମୟରେ ୨୦୦୦ ରୁ ଅଧିକ ମେଡିକାଲ୍ ଷ୍ଟାଫ୍ ଆଲର୍ଟରେ ରହିବେ ।

air ambulance
air ambulance Photograph: (google)

ଅନ୍ୟପକ୍ଷରେ ଏସଆରଏନ୍ ହସ୍ପିଟାଲରେ ୭୦୦ ରୁ ଅଧିକ ମେଡିକାଲ୍ ଫୋର୍ସ ହାଇଆଲର୍ଟରେ ରହିବେ । ଏସଆରଏନ୍ ହସ୍ପିଟାଲରେ ୨୫୦ ବେଡ୍ ରିଜର୍ଭ କରି ରଖାଯାଇଛି । ଆପାତ୍ତକାଳୀନ ସ୍ଥିତି ପାଇଁ ୨୦୦ ୟୁନିଟ୍ ବ୍ଲଡ୍ ଷ୍ଟୋର୍ କରି ରଖାଯାଇଛି । 

ambulance
ambulance Photograph: (google)

ସ୍ବରୂପ ରାଣୀ ନେହେରୁ ହସ୍ପିଟାଲରେ ୪୦ ବେଡ୍ ବିଶିଷ୍ଟ ଟ୍ରାମା ସେଣ୍ଟର , ୫୦ ବେଡ୍ ବିଶିଷ୍ଟ ସର୍ଜିକାଲ୍ ଆଇସିୟୁ , ୫୦ ବେଡ୍ ବିଶିଷ୍ଟ ମେଡିସିନ୍ ୱାର୍ଡ , ୫୦ ବେଡ୍ ର ପିଏମଏସଏସୱାଇ ୱାର୍ଡ ଏବଂ ୪୦ ବେଡ୍ ବିଶିଷ୍ଟ ବର୍ଣ୍ଣ ୟୁନିଟ୍ ରିଜଭୟ କରି ରଖାଯାଇଛି ।