ସମୁଦ୍ରରେ ଭାସି ଯାଉଥିବା ମା’ ଓ ଭାଇଭଉଣୀକୁ ବଞ୍ଚାଇଲେ ୧୩ ବର୍ଷ ବାଳକ

Advertisment

ଅଷ୍ଟ୍ରେଲିଆର ଜଣେ ୧୩ ବର୍ଷ ବାଳକଙ୍କ ସାହସ ଓ ଦୃଢ଼ ଇଚ୍ଛାଶକ୍ତି ନିକଟରେ ହାର୍‌ ମାନିଛି ସମସ୍ତ ପ୍ରତିକୂଳ ପରିସ୍ଥିତି। ଶେଷରେ ସମୁଦ୍ରର ବଡ଼ ବଡ଼ ଲହଡ଼ିକୁ ଭୟ ନ କରି ୪ ଘଣ୍ଟା ଧରି ପହଁରି ପହଁରି ନିଜ ପରିବାରକୁ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିଛନ୍ତି ଅଷ୍ଟିନ୍ ଆପେଲବି ।

ଅଷ୍ଟ୍ରେଲିଆର ଜଣେ ୧୩ ବର୍ଷ ବାଳକଙ୍କ ସାହସ ଓ ଦୃଢ଼ ଇଚ୍ଛାଶକ୍ତି ନିକଟରେ ହାର୍‌ ମାନିଛି ସମସ୍ତ ପ୍ରତିକୂଳ ପରିସ୍ଥିତି। ଶେଷରେ ସମୁଦ୍ରର ବଡ଼ ବଡ଼ ଲହଡ଼ିକୁ ଭୟ ନ କରି ୪ ଘଣ୍ଟା ଧରି ପହଁରି ପହଁରି ନିଜ ପରିବାରକୁ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିଛନ୍ତି ଅଷ୍ଟିନ୍ ଆପେଲବି ।

04bbs_10_04022026_111

Photograph: (kanaknews)

କନକ ବ୍ୟୁରୋ : ଅଷ୍ଟ୍ରେଲିଆର ଜଣେ ୧୩ ବର୍ଷ ବାଳକଙ୍କ ସାହସ ଓ ଦୃଢ଼ ଇଚ୍ଛାଶକ୍ତି ନିକଟରେ ହାର୍‌ ମାନିଛି ସମସ୍ତ ପ୍ରତିକୂଳ ପରିସ୍ଥିତି। ଶେଷରେ ସମୁଦ୍ରର ବଡ଼ ବଡ଼ ଲହଡ଼ିକୁ ଭୟ ନ କରି ୪ ଘଣ୍ଟା ଧରି ପହଁରି ପହଁରି ନିଜ ପରିବାରକୁ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିଛନ୍ତି ଅଷ୍ଟିନ୍ ଆପେଲବି । ଅଷ୍ଟିନ ଶୁକ୍ରବାର ନିଜ ପରିବାର ସହିତ ଛୁଟି କାଟିବାକୁ ପର୍ଥରୁ ପଶ୍ଚିମ ଅଷ୍ଟ୍ରେଲିଆର କ୍ୱିଣ୍ଡାଲପରେ ଯାଇଥିଲେ। ସେଠାରେ ରହୁଥିବା ହୋଟେଲରୁ କାୟାକ୍ ଏବଂ ପ୍ୟାଡେଲ୍ ବୋର୍ଡ ଭଡ଼ାରେ ନେଇ ସମୁଦ୍ରକୁ ଯାଇଥିଲେ। କିନ୍ତୁ ପବନ ଅଧିକ ହେଉଥିବାରୁ ଅଷ୍ଟିନ, ତାଙ୍କ ମାଆ ଏବଂ ଦୁଇ ସାନ ଭାଇଭଉଣୀ ସମୁଦ୍ରର ବହୁ ଭିତରକୁ ଚାଲି ଯାଇଥିଲେ ।

ଅଧିକ ପଢନ୍ତୁ... ଗଦ୍ଦାଫିଙ୍କ ପୁଅ ସୈଫ୍‌ ଅଲ୍‌ ଇସଲାମ୍‌ଙ୍କୁ ଗୁଳି କରି ହତ୍ୟା

ଗଭୀର ସମୁଦ୍ରରେ ଅଷ୍ଟିନ ଓ ତାଙ୍କ ପରିବାର ଫସି ଯାଇଥିବାବେଳେ ସମୁଦ୍ର କୂଳକୁ ଫେରି ପାରିନଥିଲେ। ଶେଷରେ ସମୁଦ୍ରରେ ଫସି ରହିଥିବା ନିଜ ପରିବାରକୁ ଉଦ୍ଧାର କରିବାକୁ ଅଷ୍ଟିନଙ୍କୁ ଏକାକୀ ସଂଘର୍ଷ କରିବାକୁ ପଡ଼ିଥିଲା। ସହାୟତା ମାଗିବାକୁ ଅ‌ଷ୍ଟିନ ତାଙ୍କ କାୟାକରେ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ କାୟାକରେ ପାଣି ଭରି ଯିବାରୁ ସେ ପିନ୍ଧିଥିବା ଲାଇଫ୍‌ ଜ୍ୟାକେଟ୍‌କୁ ଫିଙ୍ଗି ଦେଇ ପହଁରି ପହଁରି ସମୁଦ୍ର କୂଳକୁ ଯିବାକୁ ଚିନ୍ତା କରିଥିଲେ। ପଶ୍ଚିମ ଅଷ୍ଟ୍ରେଲିଆର ଅଶାନ୍ତ ଜଳରାଶିରେ ପ୍ରାୟ ଚାରି ଘଣ୍ଟା ଧରି ପହଁରି ସନ୍ଧ୍ୟା ପ୍ରାୟ ୬ଟାରେ ଉପକୂଳରେ ପହଞ୍ଚିଥିଲେ। 

ମଙ୍ଗଳବାର ଅଷ୍ଟିନ୍‌ ତାଙ୍କ ସଂଘର୍ଷ କଥା କହିଥିଲେ, ସମୁଦ୍ରରେ ବହୁତ ବଡ଼ ବଡ଼ ଲହଡ଼ି ଆସୁଥିଲା, ମୋ ପାଖରେ ଲାଇଫ୍‌ ଜ୍ୟାକେଟ୍‌ ମଧ୍ୟ ନଥିଲା। ମୁଁ କେବଳ ପହଁରିବା ଜାରି ରଖିବି ବୋଲି ଭାବୁଥିଲି ଓ ଶେଷରେ କୂଳରେ ପହଞ୍ଚି ମା’ ଓ ଭାଇଭଉଣୀ ସମୁଦ୍ର ଭିତରକୁ ଭାସି ଯାଇଥିବା କଥା କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲି। ପୁଲିସ ହେଲିକପ୍ଟର ଅଷ୍ଟିନଙ୍କ ମା’ ୪୭ ବର୍ଷୀୟ ଜୋଆନ୍‌ ଆପେଲବି, ତାଙ୍କର ୧୨ ବର୍ଷର ପୁଅ ବ୍ୟୁ ଓ ୮ ବର୍ଷର ଝିଅ ଗ୍ରେସ୍‌ଙ୍କୁ ରାତି ୮ଟା ୩୦ ମିନିଟରେ ଗଭୀର ସମୁଦ୍ର ଭିତରୁ ଠାବ କରିବା ପରେ ଉଦ୍ଧାର କରିଥିଲା ।

 ଏହି ତିନିଜଣ ସେମାନଙ୍କ ଆରମ୍ଭ ସ୍ଥାନରୁ ପ୍ରାୟ ୧୪ କିଲୋମିଟର (୯ ମାଇଲ) ଦୂରକୁ ଭାସି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯିବାବେଳକୁ ସେମାନେ ପ୍ରାୟ ୧୦ ଘଣ୍ଟା ପାଣିରେ ବିତାଇ ସାରିଥିଲେ। ଉଦ୍ଧାରକାରୀମାନେ ପହଞ୍ଚିବା ବେଳକୁ ତିନିଜଣ ଶୀତରେ ଥରୁ ଥିଲେ। ଥଣ୍ଡା ଯୋଗୁଁ ବ୍ୟୁଙ୍କ ଗୋଡ଼ ଶିଥିଳ ପଡ଼ିଯାଇଥିଲା ବୋଲି ପୁଲିସ ସୂଚନା ଦେଇଛି। ଅ‌ଷ୍ଟ୍ରେଲିଆନ ବ୍ରଡକାଷ୍ଟିଂ କର୍ପକୁ ସାକ୍ଷାତକାର ଦେଇ ଜୋଆନ କହିଛନ୍ତି, ଅଷ୍ଟିନଙ୍କୁ ସହାୟତା ମାଗିବାକୁ ପଠାଇବା ମୋ ପାଇଁ ସବୁଠୁ କଠିନ ନିଷ୍ପତ୍ତି ଥିଲା। ସେହି ସମୟରେ ଆମେ ସକାରାତ୍ମକ ରହିଥିଲୁ। ଅଷ୍ଟିନ ନିଶ୍ଚୟ କୂଳରେ ପହଞ୍ଚି ଯିବେ ବୋଲି ମୋର ବିଶ୍ବାସ ଥିଲା। ସନ୍ଧ୍ୟା ହୋଇଯିବାରୁ ଭୟ ଲାଗୁଥିଲା। ତଥାପି ଆମେ ଗୀତ ଗାଇ ମଜା କରୁଥିଲୁ ଓ ଏହାକୁ ଏକ ଖେଳ ଭାବରେ ଗ୍ରହଣ କରିଥିଲୁ ଜୋଆନ୍ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe