କନକ ବ୍ୟୁରୋ : ପଶ୍ଚିମ ଏସିଆ ବିବାଦ ଭିତରେ ଅନେକ ଭାରତୀୟ ବିଭିନ୍ନ ଉପସାଗରୀୟ ଦେଶରେ ଫସି ରହିଛନ୍ତି। ୟୁଏଇରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ଗୁରୁବାର ସ୍ପାଇଶ ଜେଟ୍ ଏୟାରଲାଇନ୍ସ ପକ୍ଷରୁ ୧୩ ସ୍ବତନ୍ତ୍ର ବିମାନ ଚଳାଚଳ କରିବ। ଏହି ୧୩ ବିମାନ ମଧ୍ୟରୁ ୧୨ ବିମାନ ଫୁଜାଇରାହରୁ ଓ ଗୋଟିଏ ଦୁବାଇରୁ ଉଡ଼ିବ। ଏୟାରଲାଇନ୍ସ ସାତଟି ବିମାନ ମୁମ୍ବାଇ ଓ ୫ଟି ବିମାନ ଦିଲ୍ଲୀରେ ଅବତରଣ କରିବାକୁ ଥିବାବେଳେ ଦୁବାଇରୁ ଆସିବାକୁ ଥିବା ବିମାନ ମୁମ୍ବାଇରେ ଅବତରଣ କରିବ। ବୁଧବାର ଓ ଗୁରୁବାର ଏୟାରଲାଇନ୍ସ ପକ୍ଷରୁ ୧୨ଟି ସ୍ବତନ୍ତ୍ର ବିମାନ ଫୁଜାଇରାହରୁ ଦିଲ୍ଲୀ, ମୁମ୍ବାଇ ଓ କୋଚିରେ ଅବତରଣ କରିଥିଲା। ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ଆକ୍ରମଣ ଓ ଇରାନର ପ୍ରତିଆକ୍ରମଣ ପରେ ମଧ୍ୟ ପ୍ରାଚ୍ୟରେ ବିମାନ ସେବା ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା ଓ ଯାତ୍ରୀମାନେ ବିଭିନ୍ନ ସ୍ଥାନରେ ଫସି ରହିଥିଲେ।
ୟୁଏଇରେ ଫସିଛନ୍ତି ଭାରତୀୟ, ଫେରେଇଆଣିବାକୁ ଗଲା ସ୍ପାଇସଜେଟର ୧୩ ସ୍ୱତନ୍ତ୍ର ବିମାନ
ୟୁଏଇରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ଗୁରୁବାର ସ୍ପାଇଶ ଜେଟ୍ ଏୟାରଲାଇନ୍ସ ପକ୍ଷରୁ ୧୩ ସ୍ବତନ୍ତ୍ର ବିମାନ ଚଳାଚଳ କରିବ। ଏହି ୧୩ ବିମାନ ମଧ୍ୟରୁ ୧୨ ବିମାନ ଫୁଜାଇରାହରୁ ଓ ଗୋଟିଏ ଦୁବାଇରୁ ଉଡ଼ିବ।
/kanak/media/media_files/2026/03/05/05bbs_42_05032026_111-2026-03-05-17-44-15.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)