କନକ ବ୍ୟୁରୋ:  ବଦଳିଲା ସରକାର , ବଦଳିଲା ନିୟମ, ନାମ ବି ପରିବର୍ତ୍ତନ ହେଲା ।  ହେଲେ ବଦଳିଲା ନାହିଁ ଲକ୍ଷ୍ମୀ ବସର ଭାଗ୍ୟ । ଜୟପୁର କୁ ଆସିଥିବା ୧୩ ଟି ଏସି ବସ ଦୀର୍ଘ ୬ ମାସ ହେଲାଣି ସରକାରୀ ବସ ଷ୍ଟାଣ୍ଡ ତଳେ ଅଳସ ଭାଙ୍ଗୁଛି । କେତେକ ନଷ୍ଟ ହେବାକୁ ବସିଲାଣି ତ ଆଉ କେତେକ ବସର ମୁଲ୍ୟବାନ୍ ଯନ୍ତ୍ରାଂଶ ଚୋରି ହୋଇଗଲାଣି । ଯେଉଁ ଉଦ୍ଦେଶ୍ୟରେ ଏହି ‘ଲକ୍ଷ୍ମୀ’ ଯୋଜନା  ହୋଇଥିଲା ତାହା କେତେ ସଫଳ ତାହା ଏହି ବାସ୍ତବ ଚିତ୍ର ବୟାନ କରୁଛି । ସମସ୍ତଙ୍କ ପ୍ରଶ୍ନ,   କାହା ସ୍ୱାର୍ଥରେ ଥିଲା ଏହି ଯୋଜନା । ଏହାକୁ ଏବେ ଗତିଶୀଳ କରିବାକୁ ହେଲେ  ଓଡ଼ିଶା ରାଜ୍ୟ ପରିବହନ ନିଗମ ଅଧିନକୁ ଏସବୁ ବସ୍ ହସ୍ତାନ୍ତର କରିଦେଲେ ସବୁ ଗାଡ଼ିର ସୁପରିଚାଳନା ହୋଇ ପାରନ୍ତା ବୋଲି ମତ ପ୍ରକାଶ ପାଉଛି ।