କନକ ବ୍ୟୁରୋ : ମୁମ୍ବାଇ ଗେଟ ଅଫ୍‌ ଇଣ୍ଡିଆ ନିକଟ ସମୁଦ୍ରରେ ଦୁର୍ଘଟଣା ଘଟିଛି । ଦୁଇ ଡଙ୍ଗା ମଧ୍ୟରେ ଧକ୍କାରେ ୧୩ଜଣ ପ୍ରାଣ ହରାଇଛନ୍ତି । ସେହିପରି ୫ଜଣ ଗୁରୁତର ଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ସୂଚନା ଅନୁସାରେ, ଦୁଇଟି ଡଙ୍ଗା ହାତୀ ଗୁମ୍ଫା ଆଡ଼କୁ ଯାଉଥିଲେ । ଏହି ସମୟରେ ନୌସେନାର ଏକ ଡଙ୍ଗା ସହ ଏହାର ଧକ୍କା ହୋଇଥିଲା । ଫଳରେ ଗଭୀର ସମୁଦ୍ର ଭିତରେ ଯାତ୍ରୀବାହୀ ଡଙ୍ଗାଟି ବୁଡ଼ିବାକୁ ଲାଗିଲା । ଡଙ୍ଗାରେ ଚାଳକ ସମେତ ୧୧୦ରୁ ଅଧିକ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଥିଲା । ନୌସେନା, ଜେଏନପିଟି, ପୁଲିସ ଓ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ବାର ଉଦ୍ଧାର କାର୍ୟ୍ୟ ହୋଇଥିଲା । 

Advertisment

ସୂଚନା ଅନୁସାରେ, ୧୦୧ ଯାତ୍ରୀଙ୍କ ଉଦ୍ଧାର କରାଯାଇଛି । ତେବେ ୧୩ ଜଣଙ୍କର ଏଥିରେ ମୃତ୍ୟୁ ହୋଇଛି । ଯେଉଁଥିରେ ୧୦ ଜଣ ସାଧାରଣ ଲୋକ ଏବଂ ତିନି ନୌସେନା ସାମିଲ ଅଛନ୍ତି । ଏବେବି ୫ଜଣ ଗୁରୁତର ଥିବା ଜଣାପଡ଼ିଛି । ଆହତଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଛି । ସେପଟେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।