କନକ ବ୍ୟୁରୋ : ପ୍ରଖ୍ୟାତ ସ୍ଵାଧୀନତା ସଂଗ୍ରାମୀ ତଥା ସମ୍ବିଧାନ କମିଟିର ବରିଷ୍ଠ ସଦସ୍ୟ ରାଜକୃଷ୍ଣ ବୋଷଙ୍କ ୧୨୪ ତମ ଜୟନ୍ତୀ ସମାରୋହ ତାଙ୍କ ଜନ୍ମ ପୀଠ କିଶୋର ନଗରଠାରେ ଅନୁଷ୍ଠିତ ହୋଇଯାଇଅଛି । ବହୁ ବିଶିଷ୍ଟ ଅତିଥି ମାନେ ସ୍ବର୍ଗତ ବୋଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ , ବିଶିଷ୍ଟ ଅତିଥି ଭାବେ ପଞ୍ଚାୟତ ରାଜ, ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ, ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶାର ପ୍ରଥମ ରାଜବନ୍ଦୀ ତଥା ସ୍ଵାଧିନତା ସଂଗ୍ରାମୀ ସ୍ବର୍ଗତ ରାଜ କୃଷ୍ଣ ବୋଷଙ୍କ ପ୍ରତିମୂର୍ତ୍ତି ରାଜ୍ୟ ବିଧାନସଭା ପରିସରରେ ସ୍ଥାନ ପାଇବା ନେଇ ସମ୍ମତି ଦେଇଥିବା କହିଛନ୍ତି ବାଚସ୍ପତି ।
ରାଜକୃଷ୍ଣ ବୋଷଙ୍କ ୧୨୪ ତମ ଜୟନ୍ତୀ । ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବହୁ ବିଶିଷ୍ଟ ଅତିଥି
ପ୍ରଖ୍ୟାତ ସ୍ଵାଧୀନତା ସଂଗ୍ରାମୀ ତଥା ସମ୍ବିଧାନ କମିଟିର ବରିଷ୍ଠ ସଦସ୍ୟ ରାଜକୃଷ୍ଣ ବୋଷଙ୍କ ୧୨୪ ତମ ଜୟନ୍ତୀ ସମାରୋହ ତାଙ୍କ ଜନ୍ମ ପୀଠ କିଶୋର ନଗରଠାରେ ଅନୁଷ୍ଠିତ ହୋଇଯାଇଅଛି।
/kanak/media/media_files/2024/12/19/7Mqc4rHD2COsOqd2rbvQ.png)