କନକ ବ୍ୟୁରୋ: କେନାଲ ପାଣିରେ ବୁଡ଼ି ନାବାଳଙ୍କ ମୃତ୍ୟୁ । ଭୁବନେଶ୍ବର ଡମଣା ଗାଁର ୧୨ ବର୍ଷିୟ ପ୍ରକାଶ ସେଠୀ ସାଙ୍ଗମାନଙ୍କ ସହ କେନାଲକୁ ଗାଧୋଇବାକୁ ଯାଇ ଭାସିଯାଇଥିଲେ । ଅଗ୍ନିଶମ ବିଭାଗର ଖୋଜାଖୋଜି ପରେ ଘଂଟାଏ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଚିକିତ୍ସା ପାଇଁ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ଦାରୁଠେଙ୍ଗ ଜୋରରେ ଗାଧୋଇବାକୁ ଯାଇ ସେ ଭାସିଯାଇଥିଲେ । ଉଦ୍ଧାରକାରୀ ଦଳ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲକୁ ପଠାଇଥିଲେ । ପ୍ରକାଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।