କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି : ଉଜ୍ଜ୍ୱଳା ସବସିଡି ପାଇଁ ୧୨ହଜାର କୋଟି ଟଙ୍କା ମଞ୍ଜୁର

Advertisment

ସାରା ଦେଶରେ ଗରିବ ପରିବାରର ବୟସ୍କ ମହିଳାଙ୍କୁ ମାଗଣାରେ ଏଲପିଜି ସଂଯୋଗ କରିବା ପାଇଁ ୨୦୧୬ ମେ’ ମାସରେ ପିଏମୟୁୱାଇ ଯୋଜନା ଆରମ୍ଭ ହୋଇଥିଲା ।

ସାରା ଦେଶରେ ଗରିବ ପରିବାରର ବୟସ୍କ ମହିଳାଙ୍କୁ ମାଗଣାରେ ଏଲପିଜି ସଂଯୋଗ କରିବା ପାଇଁ ୨୦୧୬ ମେ’ ମାସରେ ପିଏମୟୁୱାଇ ଯୋଜନା ଆରମ୍ଭ ହୋଇଥିଲା ।

8

କନକ ବ୍ୟୁରୋ : ମୋଦୀ କ୍ୟାବିନେଟର ବଡ଼ ନିଷ୍ପତ୍ତି । ଉଜ୍ଜ୍ୱଳା ଓ ଏଲପିଜି ସବସିଡି ଜାରି ରଖିଛନ୍ତି ମୋଦୀ ସରକାର । ଗରିବ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଉଜ୍ଜ୍ୱଳା ସବସିଡି ପାଇଁ ୧୨ହଜାର କୋଟି ଟଙ୍କା ମଞ୍ଜୁର କରିଛି କେନ୍ଦ୍ର କ୍ୟାବିନେଟ୍‌ । ସେହିପରି ଏଲପିଜି ସିଲିଣ୍ଡରକୁ ସବସିଡି ଦରରେ ବିକ୍ରି ଯୋଗୁଁ ତୈଳ କମ୍ପାନିକୁ ହେଉଥିବା କ୍ଷତିପୂରଣ ବାବଦକୁ ୩୦ହଜାର କୋଟି ଟଙ୍କା ଯୋଗାଇବେ ସରକାର । 

ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଏହି ସୂଚନା ଦେଇଛନ୍ତି । ସାରା ଦେଶରେ ଗରିବ ପରିବାରର ବୟସ୍କ ମହିଳାଙ୍କୁ ମାଗଣାରେ ଏଲପିଜି ସଂଯୋଗ କରିବା ପାଇଁ ୨୦୧୬ ମେ’ ମାସରେ ପିଏମୟୁୱାଇ ଯୋଜନା ଆରମ୍ଭ ହୋଇଥିଲା । ୨୦୨୫ ଜୁଲାଇ ୧ ତାରିଖ ସୁଦ୍ଧା ଭାରତରେ ପ୍ରାୟ ୧୦.୩୩ କୋଟି ପିଏମୟୁୱାଇ ଅଧୀନରେ ସଂଯୋଗ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe