କନକ ବ୍ୟୁରୋ : ମୋଦୀ କ୍ୟାବିନେଟର ବଡ଼ ନିଷ୍ପତ୍ତି । ଉଜ୍ଜ୍ୱଳା ଓ ଏଲପିଜି ସବସିଡି ଜାରି ରଖିଛନ୍ତି ମୋଦୀ ସରକାର । ଗରିବ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଉଜ୍ଜ୍ୱଳା ସବସିଡି ପାଇଁ ୧୨ହଜାର କୋଟି ଟଙ୍କା ମଞ୍ଜୁର କରିଛି କେନ୍ଦ୍ର କ୍ୟାବିନେଟ୍ । ସେହିପରି ଏଲପିଜି ସିଲିଣ୍ଡରକୁ ସବସିଡି ଦରରେ ବିକ୍ରି ଯୋଗୁଁ ତୈଳ କମ୍ପାନିକୁ ହେଉଥିବା କ୍ଷତିପୂରଣ ବାବଦକୁ ୩୦ହଜାର କୋଟି ଟଙ୍କା ଯୋଗାଇବେ ସରକାର ।
ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଏହି ସୂଚନା ଦେଇଛନ୍ତି । ସାରା ଦେଶରେ ଗରିବ ପରିବାରର ବୟସ୍କ ମହିଳାଙ୍କୁ ମାଗଣାରେ ଏଲପିଜି ସଂଯୋଗ କରିବା ପାଇଁ ୨୦୧୬ ମେ’ ମାସରେ ପିଏମୟୁୱାଇ ଯୋଜନା ଆରମ୍ଭ ହୋଇଥିଲା । ୨୦୨୫ ଜୁଲାଇ ୧ ତାରିଖ ସୁଦ୍ଧା ଭାରତରେ ପ୍ରାୟ ୧୦.୩୩ କୋଟି ପିଏମୟୁୱାଇ ଅଧୀନରେ ସଂଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/09/8-2025-08-09-09-20-27.jpg)