କନକ ବ୍ୟୁରୋ : ପାକିସ୍ତାନରେ ଆତଙ୍କବାଦୀଙ୍କ ବଡ଼ଧରଣର ଆକ୍ରମଣ । ଖୈବର ପଖତୁନଖ୍ୱାରରେ ଥିବା ସେନା ପୋଷ୍ଟ ଉପରେ ଆକ୍ରମଣ କରିବା ଫଳରେ ୧୨ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି । ଆତଙ୍କବାଦୀମାନେ ଏକ ବିସ୍ଫୋରକ ଭର୍ତ୍ତି ଗାଡି ଆଣି ସେନା ପୋଷ୍ଟକୁ ଧକ୍କା ଦେଇଥିଲେ । ଫଳରେ ସେନା ପୋଷ୍ଟଟି ଉଡିଯିବା ସହ ୧୨ ଜଣ ସୈନିକ ନିହତ ହୋଇଛନ୍ତି । ଏହାସହ ଏକଧିକ ସୈନିକ ଆହାତ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣ ପାଇଁ ହାଫିଜ ଗୁଲ ବାହାଦୂର ସଂଗଠନ ନିଜକୁ ଦାୟୀ କରିଛି । ଏନେଇ ସଂଗଠନ ତରଫରୁ ଏକ ବୟାନ ଜାରି କରାଯାଇଛି । ପାକିସ୍ତାନୀ ତାଲିବାନର ଶାଖା ସଂଗଠନ ହେଉଛି ହାଫିଜ ଗୁଲ ବାହାଦୂର ।
ପାକିସ୍ତାନର ଖୈବର ପଖତୁନଖ୍ୱାର ସେନା ପୋଷ୍ଟ ଉପରେ ଆତଙ୍କୀ ଆକ୍ରମଣ । ୧୨ ପାକିସ୍ତାନୀ ସୈନିକ ମୃତ
ଆତଙ୍କବାଦୀମାନେ ଏକ ବିସ୍ଫୋରକ ଭର୍ତ୍ତି ଗାଡି ଆଣି ସେନା ପୋଷ୍ଟକୁ ଧକ୍କା ଦେଇଥିଲେ । ଫଳରେ ସେନା ପୋଷ୍ଟଟି ଉଡିଯିବା ସହ ୧୨ ଜଣ ସୈନିକ ନିହତ ହୋଇଛନ୍ତି । ଏହାସହ ଏକଧିକ ସୈନିକ ଆହାତ ହୋଇଥିବା ସୂଚନା ମିଳିଛି ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)