କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କମଳାପଦର ଗାଁରେ ବଡ଼ ଧରଣର ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୧୨ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସହ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ସର୍ଟସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ନିଆଁ ଲାଗିଥିବା ବେଳେ ଘରେ ଥିବା ଏକ ଗ୍ୟାସ୍ ଟାଙ୍କି ମଧ୍ୟ ବିସ୍ଫୋରଣ ଘଟିଛି। ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ଜଳିପୋଡି ପାଉଁଶ ହେଲା ୧୨ ବଖରା ଘର ; ସର୍ଟସର୍କିଟ ସାରିଦେଲା ସବୁ ଖୁସି
Advertisment
Follow Us