କନକ ବ୍ୟୁରୋ: ମାତ୍ର ୪୮ ଘଣ୍ଟା ମଧ୍ୟରେ ୧୨ ବିମାନକୁ ବୋମା ଧମକ ଦେଇ ପୂରା ଦେଶକୁ ଦୋହଲାଇ ଦେବା ଘଟଣାରେ ପୁଲିସକୁ ମିଳିଛି ବଡ଼ ସଫଳତା। ଏପରି ବୋମା ଧମକ ପଛରେ ଥିବା ନାବଳକଙ୍କୁ ଶେଷରେ ପୁଲିସ୍‌ ଧରିବାକୁ ସକ୍ଷମ ହୋଇଛି। ଛତିଶଗଡ଼ର ଏହି ନାବାଳକକୁ ଧରିଛି ମୁମ୍ବାଇ ପୁଲିସ।  ନାବାଳକକୁ ପୁଲିସ୍‌ ହେପାଜତକୁ ନେବା ପରେ ସୁଧାର ଗୃହକୁ ପଠାଇ ଦେଇଛି।

Advertisment

ନାବାଳକ ଜଣକ ଏକ୍ସରେ ନିଜ ସାଙ୍ଗ ନାଁରେ ଗୋଟିଏ ଆକାଉଣ୍ଟ ଖୋଲିଥିଲା। ଏହାପରେ ବୋମା ଧମକ ଏହି ଆକାଉଣ୍ଟରେ ପୋଷ୍ଟ କରିଥିଲା। ସାଙ୍ଗ ସହ ବିବାଦ ସୃଷ୍ଟି ହୋଇଥିବାରୁ ତା’କୁ ଫସାଇବା ପାଇଁ ସେ ଏପରି କରିଥିଲା। ଏବେ ପୁଲିସ୍‌ ଏହାର ଅଧିକ ତଦନ୍ତ କରୁଛି। ବାରମ୍ବାର ବୋମା ଧମକ ମିଳିବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଧମକ ଘଟଣାରେ ଦିଲ୍ଲୀ ପୁଲିସ ମଧ୍ୟ ୬ଟି ମାମଲା ରୁଜୁ କରିଥିଲା। ତେବେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ବୁଧବାର ସରକାର ଏହାର ସମୀକ୍ଷା  ପାଇଁ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଡକାଇଥିବା ବୈଠକରେ ଡିଜିସିଏ, ସିଆଇଏସଏଫ, ବିସିଏଏସ, ଏଏଆଇ ଅଧିକାରୀ  ଯୋଗ ଦେଇଥିଲେ। ଗତ ୩ଦିନରେ ମଧ୍ୟରେ ୧୨ଟି ବିମାନକୁ ଧମକପୂର୍ଣ୍ଣ କଲ ଓ ଇମେଲ ଆସିବା ପରେସରକାର ଚିନ୍ତାରେ । ସବୁଠୁ ବଡ କଥା ହେଲା ଏହି ଧମକ କେବଳ ଭାରତରୁ ନୁହେଁ ବିଦେଶରୁ ମଧ୍ୟ ଆସୁଛି ।