କନକ ବ୍ୟୁରୋ: ମେକ୍ସିକୋର ଗୁଆନାଜୁଆଟୋରେ ପଥଉତ୍ସବ ସମୟରେ ଗୁଳିକାଣ୍ଡରେ ୧୨ ଜଣଙ୍କ ମୃତ୍ୟୁ । ଗୁଆନାଜୁଆଟୋ ରାଜ୍ୟରେ ଚାଲିଥିବା ପଥ ଉତ୍ସବ ସମୟରେ ବଡ଼ ଅଘଟଣ ଘଟିଛି । ଘଟଣାଟି ସଲାମାଙ୍କା ସହରରେ ଘଟିଛି, ଯେଉଁଠାରେ ଏକ ସ୍ଥାନୀୟ ଉତ୍ସବ ଚାଲିଥିବା ବେଳେ ଅଜଣା ବନ୍ଧୁକଧାରୀମାନେ ଗୁଳି ଚଳାଇଥିଲେ । ସ୍ଥାନୀୟ ପୁଲିସ ଅନୁସାରେ, ଆକ୍ରମଣକାରୀମାନେ ଏକ ଗାଡ଼ିରୁ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।
୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତଦନ୍ତ ଜାରି ରହିଛି ଏବଂ ଅପରାଧୀମାନଙ୍କୁ ଧରିବା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ।