ଅଳ୍ପକେ ବର୍ତ୍ତିଲେ ଯାତ୍ରୀ, ଦୁର୍ଘଟଣାରେ ୧୨ ଜଣ ଆହତ

Advertisment

ଆଜି ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ମୋଟ ୧୨ ଜଣ ଆହତ ହୋଇଛନ୍ତି । ଆଠଗଡ଼ ନିକଟରେ ଭସାଣି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିବା ବେଳେ ଏକ ବାଜା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ସେପଟେ ନୟାଗଡ଼ ଜାମୁସା ନିକଟରେ ଟ୍ରକ୍‌କୁ ଓଭରଟେକ୍‌ ବେଳେ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍ ।  

16-Accidents

କନକ ବ୍ୟୁରୋ: ଭସାଣି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଆଠଗଡ଼ କଖଡ଼ି ଛକରେ ଏକ ବାଜା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି । ଭସାଣି ପାଇଁ ଯାଉଥିବା ବେଳେ ଗାଡ଼ିର ଆଗ ଟାୟାର ଫାଟିଯାଇଥିଲା । ଫଳରେ ଏକ ଗଛରେ ପିଟି ହୋଇଯାଇଥିଲା ପିକ୍‌ଅପ୍ ଭ୍ୟାନ । ଆହତମାନେ ସମ୍ବଲପୁର ଜିଲ୍ଲାର ବୋଲି ଜଣା ପଡ଼ିଛି । ଏମାନେ ସମ୍ବଲପୁରରୁ ଏକ ଭସାଣି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କଟକ ଆସୁଥିଲେ । ଏହି ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ।  

ସେପଟେ ନୟାଗଡ ୫୭ ନଂ ଜାତୀୟ ରାଜପଥ ଜାମୁସାହି ନିକଟରେ ବି ଏକ ଦୁର୍ଘଟଣା ଘଟିଛି l ଟ୍ରକ୍‌କୁ ଓଭରଟେକ କରିବା ବେଳେ ଓଲଟିଲା ଯାତ୍ରୀବାହି ବସ l ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ, ୪ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଭୁବନେଶ୍ୱରରୁ ବଲାଙ୍ଗୀର ଯାଉଥିଲା ଯାତ୍ରୀବାହୀ ବସ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe