କନକ ବ୍ୟୁରୋ: ଭସାଣି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଆଠଗଡ଼ କଖଡ଼ି ଛକରେ ଏକ ବାଜା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି । ଭସାଣି ପାଇଁ ଯାଉଥିବା ବେଳେ ଗାଡ଼ିର ଆଗ ଟାୟାର ଫାଟିଯାଇଥିଲା । ଫଳରେ ଏକ ଗଛରେ ପିଟି ହୋଇଯାଇଥିଲା ପିକ୍ଅପ୍ ଭ୍ୟାନ । ଆହତମାନେ ସମ୍ବଲପୁର ଜିଲ୍ଲାର ବୋଲି ଜଣା ପଡ଼ିଛି । ଏମାନେ ସମ୍ବଲପୁରରୁ ଏକ ଭସାଣି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କଟକ ଆସୁଥିଲେ । ଏହି ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ।
ସେପଟେ ନୟାଗଡ ୫୭ ନଂ ଜାତୀୟ ରାଜପଥ ଜାମୁସାହି ନିକଟରେ ବି ଏକ ଦୁର୍ଘଟଣା ଘଟିଛି l ଟ୍ରକ୍କୁ ଓଭରଟେକ କରିବା ବେଳେ ଓଲଟିଲା ଯାତ୍ରୀବାହି ବସ l ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ, ୪ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଭୁବନେଶ୍ୱରରୁ ବଲାଙ୍ଗୀର ଯାଉଥିଲା ଯାତ୍ରୀବାହୀ ବସ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/09/14/16-accidents-2025-09-14-09-59-00.jpg)