Richa ghosh Photograph: (Kanak news)
କନକ ବ୍ୟୁରୋ: ଇଂଲଣ୍ଡରେ ଆୟୋଜିତ ହେଉଥିବା ଦ ହଣ୍ଡ୍ରେଡ୍ ମହିଳା କ୍ରିକେଟ୍ ଲିଗ୍ର ୨୦୨୬ ସଂସ୍କରଣ ଲାଗି ଖେଳାଳି ନିଲାମ ଚଳିତ ମାସ ୧୧ ଓ ୧୨ ତାରିଖରେ ଅନୁଷ୍ଠିତ ହେବ। ଏହି ନିଲାମ ଲାଗି ୧୭ ଜଣ ଭାରତୀୟ କ୍ରିକେଟର୍ ପଞ୍ଜୀକରଣ କରିଥିଲେ। ହେଲେ ତାରକା ଅଲ୍ରାଉଣ୍ଡର ଦୀପ୍ତି ଶର୍ମାଙ୍କ ସହ ୧୨ ଜଣ ଭାରତୀୟ ଚୂଡ଼ାନ୍ତ ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଅନ୍ୟ ୫ ଜଣ ପ୍ରତୀକା ରାୱଲ, ବୃନ୍ଦା ଦିନେଶ, ନିକି ପ୍ରସାଦ, ସଞ୍ଜୀବନ ସଞ୍ଜନା ଓ ଦୀୟା ଯାଦବ ବାଦ୍ ନିଲାମ ପୂର୍ବରୁ ପଡ଼ିଛନ୍ତି। ନିଲାମରେ ମୋଟ ୧୭୮ ଜଣ ରହିଛନ୍ତି।
ଆହୁରି ପଢ଼ନ୍ତୁ...ବିଲି ଜିନ୍ କିଙ୍ଗ୍ କପ୍ ଲାଗି ଭାରତୀୟ ଦଳ
ୱିକେଟ୍କିପର ବ୍ୟାଟର୍ ରିଚା ଘୋଷଙ୍କ ଦର ସର୍ବାଧିକ ୫୦,୦୦୦ ଇରୋ ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୬୨ ଲକ୍ଷ ଟଙ୍କା ରହିଛି। ଦୀପ୍ତି, ଶ୍ରୀ ଚରଣୀ ଓ ପୂଜା ବସ୍ତ୍ରକାରଙ୍କ ଦର ୨୭,୫୦୦ ୟୁରୋ (ପ୍ରାୟ ୩୪ଲକ୍ଷ ଟଙ୍କା) ରହିଥିଲା ବେଳେ ଏମାନଙ୍କ ପଛକୁ ୟାସ୍ତିକା ଭାଟିଆ, କାସ୍ଭୀ ଗୌତମ, ଶିଖା ପାଣ୍ଡେ, ଶ୍ରେୟଙ୍କା ପାଟିଲ, ଅରୁନ୍ଧତୀ ରେଡ୍ଡୀ, ନନ୍ଦନୀ ଶର୍ମା, ଆଶା ଶୋଭନା, ରାଧା ଯାଦବଙ୍କ ଦଳ ୧୫,୦୦୦ ୟୁରୋ (ପ୍ରାୟ ୧୮.୫ଲକ୍ଷ ଟଙ୍କା) ରହିଛି। ଭାରତୀୟ ତାରକା ଖେଳାଳି ସ୍ମୃତି ମନ୍ଧାନା ଓ ଜେମିମା ରଡ୍ରିସ୍ସ ନିଲାମ ପୂର୍ବରୁ ଯଥାକ୍ରମେ ମାଞ୍ଚେଷ୍ଟର ସୁପର ଜାଏଣ୍ଟସ୍ ଓ ସାଉଦର୍ନ ବ୍ରେଭ୍ ସହ ଚୁକ୍ତି କରିସାରିଛନ୍ତି। ତେଣୁ ଉଭୟ ଏହି ପ୍ରତିଯୋଗିତାରେ ଖେଳିବା ନିଶ୍ଚିତ ଅଛି।
Follow Us