କନକବ୍ୟୁରୋ : ରେଳ ଲାଇନ ଦାବିରେ ପାଟଣାଗଡ଼ ଉପଖଣ୍ଡରେ ସିଟିଜେନ ଫୋରମର ବନ୍ଦ ପାଳନ । ଅଟକି ରହିଛି ମାଲଗାଡ଼ି, ପାସେଞ୍ଜର ଟ୍ରେନକୁ ବି ଅଟକାଇଛନ୍ତି ଆନ୍ଦୋଳନକାରୀ । ପାଟଣାଗଡ, ଖପ୍ରାଖୋଲ ଓ ଲାଠୋର ତିନୋଟି ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ହରିଶଙ୍କର ରୋଡରେ ମାଳ ବାହି ଟ୍ରେନକୁ ଅଟକାଯାଇଛି।  

Advertisment

ଯାତ୍ରୀବାହୀ ଟ୍ରେନକୁ ୧୦ମିନିଟ ଅଟକ ରଖିବା ସହ ମାଳବାହୀ ଟ୍ରେନକୁ ଆଦୌ ଛଡ଼ାଯାଉ ନାହିଁ।  ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ। ଲାଠୋର ଭାୟା ଖପ୍ରାଖୋଲ- ପାଟଣାଗଡ ଚୁଡାପାଲି ବଲାଙ୍ଗିର ସହିତ ରେଲପଥ ସଂଯୋଗ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି