କନକ ବ୍ୟୁରୋ :ଭୁବନେଶ୍ବରର ଏକ୍ସ ଆଇ ଏମ୍ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ସଷ୍ଟେନେବିଲିଟି ୧୫ ଜାନୁଆରୀ ୨୦୨୬ ତାରିଖରେ “ସର୍କୁଲାର ସିନର୍ଜିସ୍: ରିଡିଫାଇନିଂ କନ୍ସମ୍ପସନ୍ ଏଣ୍ଡ ପ୍ରଡକ୍ସନ୍ ଫର୍ ଇନକ୍ଲୁସିଭ୍ ପ୍ରସ୍ପେରିଟି” ବିଷୟବସ୍ତୁ ଉପରେ ତାଙ୍କର ୧୧ତମ ବାର୍ଷିକ ସଷ୍ଟେନେବିଲିଟି ସମିଟ୍ ଆୟୋଜନ କରିଥିଲେ, ଯାହା ସଷ୍ଟେନେବଲ୍ ଡେଭଲପମେଣ୍ଟ ଗୋଲ୍ସ –୧୨ (ଏସ.ଡି.ଜି. ୧୨): ଦାୟିତ୍ୱଶୀଳ ଖପତି ଓ ଉତ୍ପାଦନ ସହ ସମନ୍ୱୟ ରଖିଥିଲା।
ସମ୍ମିଳନୀର ପ୍ରାରମ୍ଭରେ ସ୍କୁଲ ଅଫ୍ ସଷ୍ଟେନେବିଲିଟିର ଡିନ୍ ପ୍ରଫେସର ଡ. ସୁତପା ପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ସେ ବିଷୟବସ୍ତୁ ଉପସ୍ଥାପନ କରିବା ସହ ବ୍ୟବହାର ଓ ଉତ୍ପାଦନ ଶୈଳୀରେ ବ୍ୟବସ୍ଥିତ ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏକ୍ସ ଆଇ ଏମ୍ ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍ସେଲର୍ ଡଃ. ଫାଦର୍ କେ.ଏସ୍. କାସିମିର୍ ଏସ୍.ଜେ ଆମକୁ ସମ୍ବୋଧିତ କରି କମ୍ ସେବନ କରିବା ଏବଂ ଆମର ଇଚ୍ଛାକୁ ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏସ.ଡି.ଜି. ୧୨ ସମ୍ପର୍କରେ ଆମର ଯେଉଁ ମାନସିକତା ରହିବା ଆବଶ୍ୟକ ତାହା ସେ ଆମ ସହ ବାଣ୍ଟିଥିଲେ। ସମ୍ମାନୀତ ଅତିଥିମାନଙ୍କୁ ମାନପତ୍ର ପ୍ରଦାନ କରାୟିବା ପରେ ସଙ୍କ୍ଷିପ୍ତ ପରିଚୟ ପ୍ରଦାନ କରାୟାଇଥିଲା । କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଥିଲା ଏସ.ଡି.ଜି. ୧୨ ଉପରେ ଆଧାରିତ ‘ପରିତ୍ରାଣ’ର ବିଶେଷ ସମିଟ୍ ସଂସ୍କରଣର ଉନ୍ମୋଚନ, ଯାହା କନ୍ସର୍ଭ ଦ୍ୱାରା ସମ୍ବାଦ ମିଡିଆ ଗ୍ରୁପ୍ର ସହଯୋଗରେ ପ୍ରସ୍ତୁତ କରାଯାଇଥିଲା। ଏହି ସଂସ୍କରଣକୁ ସମ୍ବାଦ ଗ୍ରୁପ୍ର ମୁଖ୍ୟ ସମ୍ପାଦକ ଶ୍ରୀମତୀ ତନୟା ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ଉନ୍ମୋଚନ ସମୟରେ ସମ୍ବାଦ ଗ୍ରୁପ୍ କନ୍ସର୍ଭ ସହ ମିଶି ପ୍ରତିବର୍ଷ ‘ପରିତ୍ରାଣ’ର ଏକ ବିଶେଷ ସଂସ୍କରଣ ପ୍ରକାଶ କରିବା ପ୍ରତି ତାଙ୍କର ପ୍ରତିବଦ୍ଧତା ଘୋଷଣା କରିଥିଲା। ସେଥିସହ ଗୁଡ଼ ଅର୍ଥ୍ ଇନିସିଏଟିଭ୍ ଅଧୀନରେ ଏକ୍ସ ଆଇ ଏମ୍ ୟୁନିଭର୍ସିଟି ସହ ତାଙ୍କର ଚାଲୁଥିବା ସହଯୋଗକୁ ମଧ୍ୟ ପୁନଃନିଶ୍ଚିତ କରାଯାଇଥିଲା, ଯାହା ସଷ୍ଟେନେବିଲିଟି ସମ୍ପର୍କିତ ଗାଥାକୁ ଶକ୍ତିଶାଳୀ କରିବା ଓ ସାଧାରଣ ଲୋକଙ୍କ ସଂଲଗ୍ନତା ବୃଦ୍ଧି ପାଇଁ ମିଡିଆ–ଶିକ୍ଷାକ୍ଷେତ୍ର ସହଯୋଗର ଗୁରୁତ୍ୱକୁ ଉଜାଗର କରେ।
ତାଙ୍କ ଉଦବୋଧନରେ ତନୟା ପଟ୍ଟନାୟକ ଜଳବାୟୁ ସଂଯୋଗରେ ମିଡିଆର ପରିବର୍ତ୍ତିତ ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ପ୍ରତିକ୍ରିୟାମୂଳକ ସମ୍ବାଦ ପ୍ରଚଳନା ଓ ଅଧିକ “ଗ୍ଲାମରସ୍” ଖବର ପ୍ରତି ପସନ୍ଦ ଥିବାରୁ ଜଳବାୟୁ ସମ୍ବନ୍ଧୀୟ ବିଷୟଗୁଡ଼ିକ ପ୍ରାୟତଃ କମ୍ ଗୁରୁତ୍ୱ ପାଉଛି। ସେ ସେୟାର କରିଥିଲେ ଯେ ସମ୍ବାଦ ଗ୍ରୁପ୍ ଏକ ନିର୍ଦ୍ଦିଷ୍ଟ ପରିବେଶ ଓ ଜଳବାୟୁ ସଂଯୋଗ ଡେସ୍କ ସ୍ଥାପନା କରି ଏବଂ ତାଙ୍କର ବିଶାଳ ରିପୋର୍ଟିଂ ନେଟୱର୍କକୁ ଜଳବାୟୁ କାହାଣୀଗୁଡ଼ିକରେ ସକ୍ରିୟ ଭାବେ ନିଯୁକ୍ତ କରି, ତାଙ୍କର ପ୍ରତିବଦ୍ଧତାକୁ ସଂସ୍ଥାଗତ ରୂପ ଦେଇଛନ୍ତି। ପରିପ୍ରେକ୍ଷିତ ଗଳ୍ପକଥନର ଗୁରୁତ୍ୱ ଉଲ୍ଲେଖ କରି ସେ କହିଥିଲେ ଯେ ସମ୍ବାଦ ତାଙ୍କର କଭରେଜ୍ରେ ପ୍ରାଯୁକ୍ତିକ ଶବ୍ଦାବଳୀ ପରିବର୍ତ୍ତେ ଜୀବିକା, ପ୍ରବାସ ଓ ଶିଶୁମାନଙ୍କ ଜୀବନ ଉପରେ ଗୁରୁତ୍ୱ ଦେଉଛି। ସେ “ପୁନଶ୍ଚ ପୃଥିବୀ” ପଦକ୍ଷେପ ବିଷୟରେ ମଧ୍ୟ କଥା କହିଥିଲେ, ଯାହା ଓଡ଼ିଶା ସାରା ଜଳବାୟୁ ସଚେତନତାକୁ ଶକ୍ତିଶାଳୀ କରିବା ଲକ୍ଷ୍ୟରେ ଏକ ଦୀର୍ଘକାଳୀନ କାର୍ଯ୍ୟକ୍ରମ। ସେ ଶେଷରେ ସାମୁହିକ ଦାୟିତ୍ୱ ପାଇଁ ଆହ୍ୱାନ ଜଣାଇ “ଏକ ପୃଥିବୀ, ଆସନ୍ତୁ ଆମେ ସମସ୍ତେ ଏହା ପାଇଁ ଏକତ୍ର ହେବା” ବୋଲି କହି ତାଙ୍କ ଉଦ୍ବୋଧନ ସମାପ୍ତ କରିଥିଲେ।
ଏହି ଟେକ୍ନିକାଲ୍ ସେସନ୍ରେ ଶ୍ରୀ ଠାକୁର ଏସ ଫେରବାନୀ (ସିଏସ୍ଓ, ଟିଭିଏସ୍ ମୋଟର୍ସ), ଶ୍ରୀ ଜଗଦାନନ୍ଦ ଜେ (ମେଣ୍ଟର ମେଣ୍ଟର୍ ଓ ସହ-ସ୍ଥାପକ- ସେଣ୍ଟର୍ ଫର୍ ୟୁଥ୍ ଏଣ୍ଡ ସୋସିଆଲ୍ ଡିଭେଲପମେଣ୍ଟ), ରଞ୍ଜନ କେ. ପଣ୍ଡା (ଓଡ଼ିଶାର ‘ୱାଟର ମ୍ୟାନ୍’, ସ୍ଥାପକ-ମେଣ୍ଟର୍- ଯୁଥ୍ ଫର୍ ୱାଟର୍ ଇଣ୍ଡିଆ), ତନୟା ପଟ୍ଟନାୟକ (ମୁଖ୍ୟ ସମ୍ପାଦକ, ସମ୍ବାଦ ଗ୍ରୁପ୍), କ୍ରିଷ୍ଟୁଦାସ କାରାୟିଲ୍ ଭିକ୍ଟର୍ (ଉପଦେଷ୍ଟା, ଇ.ଏସ୍.ଏ.ଏଫ୍. କୋଅପରେଟିଭ୍) ଏବଂ ଡ. ପ୍ରତ୍ୟୁଷ ପଣ୍ଡା (ସି.ଇ.ଓ., ଓନ୍ ଷ୍ଟେଜ୍)ଙ୍କ ଉଦ୍ବୋଧନ ସାମିଲ ଥିଲା। ଏହି ଅଧିବେଶନରେ ପୃଥିବୀର ପରିବେଶୀୟ ସୀମା ଉଲ୍ଲଂଘନ, ବିଶ୍ୱ ଆର୍ଥିକ ଓ ପରିବେଶୀୟ ଜୋଖିମ, ମହାନଦୀ ଆଞ୍ଚଳରେ ଜଳ ଅଭାବ, ସମାବେଶୀ, ସବୁଜ ଓ ନ୍ୟାୟସଂଗତ ପରିବର୍ତ୍ତନ, ଉପଭୋକ୍ତାଙ୍କ ମନୋଭାବର ପରିବର୍ତ୍ତନ, ଟିକାଉ ଖରିଦ ପ୍ରକ୍ରିୟା, ସର୍କୁଲାର ଡିଜାଇନ୍, ଅବଞ୍ଜନାରୁ ସମ୍ପଦ ସୃଷ୍ଟି ଏବଂ ପରିସ୍ଥିତିକ ତନ୍ତ୍ରର ସହନଶୀଳତା ପରି ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା।
ସମିଟ୍ରେ ପିଏଚ୍ଡି, ଅଣ୍ଡର ଗ୍ରାଜୁଏଟ୍ ଓ ଏମ୍ବିଏ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିଚାଳିତ ପାଞ୍ଚଟି ପାଇଲଟ୍ ଗବେଷଣା ପ୍ରକଳ୍ପର ରିପୋର୍ଟ ମଧ୍ୟ ପରିଚୟ କରାଯାଇଥିଲା। ସେଗୁଡିକ ହେଲା - ଦୟା ନଦୀ ପରିସ୍ଥିତିତନ୍ତ୍ର ସସ୍ଥେନବିଲିଟି ପ୍ରକଳ୍ପ; ‘ନିର୍ମାଲ୍ୟ’ – ମନ୍ଦିରର ଫୁଲ ଅବଞ୍ଜନାର ଅପସାଇକ୍ଲିଂ; କ୍ୟାମ୍ପସ୍ ଅବଞ୍ଜନା ସସ୍ଥେନବିଲିଟି ମଡେଲ୍; ଜୈବ ବିବିଧତା ପ୍ରକଳ୍ପ; ଏବଂ ଏକ୍ସ ଆଇ ଏମ୍ ବିଶ୍ୱବିଦ୍ୟାଳୟର ନେଟ୍ ଜିରୋ ଭିଜନ୍।ଏହି ପଦକ୍ଷେପଗୁଡ଼ିକ କାର୍ଯ୍ୟମୁଖୀ ସସ୍ଥେନବିଲିଟି ଓ ପ୍ରଭାବଶାଳୀ ଗବେଷଣା ପ୍ରତି ପ୍ରତିଷ୍ଠାନର ଦୃଢ଼ ପ୍ରତିବଦ୍ଧତାକୁ ପୁନର୍ବାର ସ୍ଥାପିତ କରେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/15/tanaya-pattnaik-2026-01-15-21-00-14.jpg)