ବିଶ୍ୱବିଦ୍ୟାଳୟକୁ ଫେରିବ ସିନେଟ୍ ବ୍ୟବସ୍ଥା । ସଂଶୋଧିତ ଆଇନରେ ମିଳିବ ପୂର୍ଣ୍ଣକ୍ଷମତା ।

Advertisment

୨୦୨୦ ପୂର୍ବରୁ ବିଶ୍ୱବିଦ୍ୟାଳୟରେ ସିନେଟ ବ୍ୟବସ୍ଥା ଥିଲା ।  ସିନେଟ୍ ସଦସ୍ୟଙ୍କ ପରାମର୍ଶକୁ ସିଣ୍ଡିକେଟ କାର୍ଯ୍ୟକାରୀ କରୁଥିଲା

୨୦୨୦ ପୂର୍ବରୁ ବିଶ୍ୱବିଦ୍ୟାଳୟରେ ସିନେଟ ବ୍ୟବସ୍ଥା ଥିଲା ।  ସିନେଟ୍ ସଦସ୍ୟଙ୍କ ପରାମର୍ଶକୁ ସିଣ୍ଡିକେଟ କାର୍ଯ୍ୟକାରୀ କରୁଥିଲା

utakl

କନକ ବ୍ୟୁରୋ:  ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦ରେ ହେବ ପୁଣି ସଂଶୋଧନ। ସରକାର ଏନେଇ ବିଚାର କରୁଛନ୍ତି ବୋଲି ବିଧାନସଭାରେ ସ୍ପଷ୍ଟ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ। ପୁଣିଥରେ ପୁରୁଣା ଢାଞ୍ଚାକୁ ଫେରିବା ସହ ସିନେଟ୍ ବ୍ୟବସ୍ଥା ଆଣିବାକୁ ନିଷ୍ପତ୍ତି ନିଆଯାଇଛି। ପୁରୁଣା ବ୍ୟବସ୍ଥାରେ ବିଶ୍ୱବିଦ୍ୟାଳୟର ନିଯୁକ୍ତି କ୍ଷମତା ହ୍ରାସ ସହ ୟୁଜିସି ଗାଇଡଲାଇନର ଉଲ୍ଲଘଂନ ନେଇ ଅଭିଯୋଗ ହେଉଥିଲା।
-    ୨୦୨୦ ପୂର୍ବରୁ ବିଶ୍ବବିଦ୍ୟାଳୟରେ ସିନେଟ ବ୍ୟବସ୍ଥା ଥିଲା  
-    ସିନେଟ୍ ସଦସ୍ୟଙ୍କ ପରାମର୍ଶକୁ ସିଣ୍ଡିକେଟ କାର୍ଯ୍ୟକାରୀ କରୁଥିଲା
-    ସିନେଟ୍ ର ୧୦୦ ସଦସ୍ୟଙ୍କ ମଧ୍ୟରୁ ବିଭିନ୍ନ ବର୍ଗର ପ୍ରତିନିଧିତ୍ୱ ରହୁଥିଲା
-    ୨୦୨୦ରେ ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନରେ ସିନେଟ ବ୍ୟବସ୍ଥା ହଟାଯାଇଥିଲା
କିନ୍ତୁ ଏବେ ଆଇନରେ ସଂଶୋଧନ ସହ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା ଫେରାଇ ଆଣିବାକୁ ହୋଇଛି ଉଦ୍ୟମ।
 

ଏହି ଆଇନ ସଂଶୋଧିତ ହେବା ପରେ ଦୀର୍ଘଦିନ ଧରି ବିଶ୍ବବିଦ୍ୟାଳୟରେ ବନ୍ଦ ପଡିଥିବା ଅଧ୍ୟାପକ ନିଯୁକ୍ତି ପୁଣି ଆରମ୍ଭ ହେବ। ପୂର୍ବ ଆଇନରେ ୟୁଜିସି ବଦଳରେ ଓପିଏସସି ଦ୍ବାରା ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଥିଲା। ତେଣୁ ଏହି ଆଇନକୁ ବିରୋଧ କରି ପୂର୍ବତନ କୁଳପତି, ଶିକ୍ଷାବିତ, ୟୁଜିସି ପକ୍ଷଭୁକ୍ତ ହୋଇ ସୁପ୍ରିମକୋର୍ଟକୁ ଯାଇଥିଲେ। ଏବେ ଆଇନରେ ସଂଶୋଧନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି, ଯାହାଦ୍ବାରା
-    ୟୁଜିସି ଗାଇଡଲାଇନରେ ବିଶ୍ବବିଦ୍ୟାଳୟ କମିଟି ଜରିଆରେ ମିଳିବ ଅଧ୍ୟାପକ ନିଯୁକ୍ତି 
-    ଆଇନରେ ସଂଶୋଧନ ସହ ୟୁଜିସିକୁ ଏନେଇ ପ୍ରସ୍ତାବ ଦିଆଯିବ
-    ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଶେଷ ହୋଇଛି 
 
  ସୁପ୍ରିମକୋର୍ଟରେ ମାମଲା ଥିବାରୁ ନିଯୁକ୍ତି ବିନା ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟରେ ୧୧୮୭ ଅଧ୍ୟାପକ ପଦବୀ ଫାଙ୍କା ପଡିଛି । ଏବେ ସରକାର ଆଇନରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେବା ପରେ ଫାଙ୍କା ପଡିଥିବା ଅଧ୍ୟାପକ ପଦବୀ ପୂରଣ ହେବା ନେଇ ଆଶା ସୃଷ୍ଟି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe