କନକ ବ୍ୟୁରୋ: ଗତ ୧୦ ବର୍ଷରେ ହାତୀ ନେଇଛନ୍ତି ୧୧୪୫ ଜୀବନ. ୨୦୧୩-୧୪ ରୁ ୨୦୨୩-୨୪ ଭିତରେ ହାତୀ ମଣିଷ ଲଢେଇରେ ୧୧୪୫ ଲୋକଙ୍କର ମୃତ୍ୟୁ ହୋଇଥିବା ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ବଡ କଥା ହେଲା ୪୧ ଟି ହାତୀଙ୍କୁ ମାରିଛନ୍ତି ଶିକାରୀ । ସେହିପରି ଗତ ୧୦ ବର୍ଷରେ ୭୧୯ ହାତୀ ବିଭିନ୍ନ କାରଣ ପାଈଁ ପ୍ରାଣ ହରାଇଛନ୍ତି । ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
ଜଙ୍ଗଲରେ ବଢୁଛି ଶିକାରୀଙ୍କ ଦୌରାତ୍ମ୍ୟ :
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଜଙ୍ଗଲରେ ସୁରକ୍ଷିତ ନୁହଁନ୍ତି ବାଘ ଓ ହାତୀ । ବନ ବିଭାଗ ଅଧିକାରୀଙ୍କୁ ଚକମା ଦେଇ ଜଙ୍ଗଲରେ ବେଧଡକ ହାତୀ , ବାଘ ଶିକାର କରୁଛନ୍ତି ଶିକାରୀ । ବିଗତ ୧୦ ବର୍ଷ ରେ ୨୫ ବାଘ ଓ ୪୧ ହାତୀଙ୍କୁ ଶିକାରୀ ହତ୍ୟା କରିଥିବା ଉତ୍ତରରେ କହିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/jTOPVFYhrKva1B113hfA.jpg)