ଲ୍ୟାଣ୍ଡଫଲ ସମୟରେ ୧୧୦ ରୁ ୧୨୦ କିମି. ବେଗରେ ବହିବ ପବନ ; ୧୯ ଜିଲ୍ଲାରେ ପ୍ରଭାବ ପଡିବା ନେଇ ସୂଚନା

ବାତ୍ୟା ଲ୍ୟାଣ୍ଡଫଲ ସମୟରେ ଘଣ୍ଟାପ୍ରତି ପବନର ବେଗ ୧୧୦ରୁ ୧୨୦ ରହିବା ନେଇ ଆକଳନ । ୪ ଜିଲ୍ଲାରେ ପ୍ରବଳ ପବନ । ୧୯ ଜିଲ୍ଲାକୁ ଘାଣ୍ଟିବ ଦାନା । ପବନ ଅପେକ୍ଷା ଅଧିକ ବର୍ଷା ନେଇ ଆଇଏମଡିର ପୂର୍ବାନୁମାନ ।

222222===

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ୨୪ ତାରିଖରେ ଭୀଷଣ ବାତ୍ୟା ରୂପେ ସ୍ଥଳଭାଗ ଆଡକୁ ମୁହାଁଇବ । ୨୫ ତାରିଖ ଭୋର ସମୟରୁ ଉପକୂଳରେ ଲ୍ୟାଣ୍ଡଫଲ କରିବ  । କେନ୍ଦ୍ରାପଡାରୁ ବାଲେଶ୍ବର ମଧ୍ୟରେ ବାତ୍ୟା ସ୍ଥଳପଥ ଅତିକ୍ରମ କରିପାରେ । ଧାମରାର ଅତି ନିକଟରେ ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରାଯାଉଛି । ବାତ୍ୟା ଦାନା ଉପକୂଳ ଛୁଇଁବାର ୨୪ ଘଣ୍ଟା ପୂର୍ବରୁ ଆଇଏମଡି ଲ୍ୟାଣ୍ଡଫଲର ସ୍ପଷ୍ଟ ଠିକଣା ଦେବ । ବାତ୍ୟା କେତେ ମାତ୍ରାରେ ପ୍ରଭାବ ପକାଇବ ତାହା ଆଇଏମଡିର ଆକଳନ ପରେ ସ୍ପଷ୍ଟ ହେବ।
ତେବେ ଲ୍ୟାଣ୍ଡଫଲ ସମୟରେ କେଉଁଠି କେତେ ପବନ ବହିବ ସେନେଇ ଏକ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ

(ଜିଲ୍ଲା)                                                           (ଘଣ୍ଟାପ୍ରତି ପବନର ବେଗ)
ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର:                   ୧୦୦-୧୧୦ 
ମୟୁରଭଞ୍ଜ :                                                               ୮୦-୯୦
ପୁରୀ :                                                                       ୬୦-୮୦                                       
କଟକ, ଯାଜପୁର, ଖୋର୍ଦ୍ଧା, ଭୁବନେଶ୍ୱର, ଢେଙ୍କାନାଳ, କେଉଁଝର :      ୬୦-୭୦

ସୁନ୍ଦରଗଡ, ଦକ୍ଷିଣ ଝାଡଖଣ୍ଡ :                                              ୫୦-୬୦

ଅନୁଗୁଳ, ଗଞ୍ଜାମ, ନୟାଗଡ, ବୌଦ୍ଧ, ସମ୍ବଲପୁର, ଦେଓଗଡ:       ୪୦-୫୦

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe