କନକ ବ୍ୟୁରୋ: ମୋଦୀଙ୍କ ରାଜୁତିକୁ ୧୧ବର୍ଷ । ୨୦୧୪ରେ ମେ ୨୬ । ପ୍ରଥମଥର ପାଇଁ ଦେଶର ପ୍ରଧାନମନ୍ତ୍ରୀଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦୀ । ଆଜି ୧୧ ବର୍ଷରେ ମୋଦୀଙ୍କ ଶାସନ ପହଞ୍ଚିଛି । ଏହି ଦୀର୍ଘବର୍ଷର ଯାତ୍ରାରେ ଯେତିକି ସମାଲୋଚନା ସହିଛନ୍ତି ତାଠୁ ବେଶ ଅଧିକ ସଫଳତା ପାଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ । ଦେଶର ୧୫ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ସେହି ଦିନଟି ଐତିହାସିକ ଥିଲା କାରଣ ଗୁଜରାଟର ଏକ ଛୋଟ ସହରରୁ ଦେଶର ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ଯାତ୍ରା ସହଜ ନଥିଲା । ୨୬ ମେ ୨୦୨୫ ଆଜି, ୧୧ ବର୍ଷ ପରେ, ସେହି ନରେନ୍ଦ୍ର ମୋଦି ଗୁଜରାଟରେ ଅଛନ୍ତି । ଯେଉଁ ରାଜ୍ୟରୁ ମୋଦୀ ରାଜନୀତିର ସିଡ଼ି ଚଢ଼ିବା ଆରମ୍ଭ କରିଥିଲେ । ଗୋଟିଏ ଫଟୋ ଶପଥ ଗ୍ରହଣର ଏବଂ ଅନ୍ୟଟି ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିରନ୍ତର ଶାସନ କରୁଥିବା ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ ।
ୱାକଫ ସଂଶୋଧନ ଆଇନ୍: ଆଇନରେ ପରିଣତ ହେଲା ୱାକଫ ସଂଶୋଧନ ବିଲ୍ ୨୦୨୫ । ଏହି ଆଇନରେ ୱାକଫର ଥିବା ପୂର୍ବ କିଛି ନିୟମରେ ପରିବର୍ତ୍ତନ କରାଯାଇଛି । କେନ୍ଦ୍ର ସରକାର କୌଣସି ସମ୍ପତ୍ତିକୁ ‘ୱାକଫ ସମ୍ପତ୍ତି’ କରିବା ଅଧିକାର ଥିବା ୱାକଫ ବୋର୍ଡର କ୍ଷମତାରେ ଅଙ୍କୁଶ ଲଗାଇଥିଲେ ।
ଧାରା ୩୭୦ ଉଚ୍ଛେଦ : ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦କୁ ହଟାଇ ମୋଦି ସରକାର ଏକ ବଡ଼ ଐତିହାସିକ ନିଷ୍ପତ୍ତି ନେଇଥିଲେ, ଯାହାକୁ ଦଶନ୍ଧି ଧରି ବିଚାରାଧୀନ ଥିଲା
ଜନ ଧନ ଯୋଜନା: ୨୦୧୪ ମସିହାରେ ଆରମ୍ଭ ହୋଇଥିବା ଏହି ଯୋଜନା ଦେଶର କୋଟି କୋଟି ଗରିବ ଲୋକଙ୍କୁ ବ୍ୟାଙ୍କିଂ ବ୍ୟବସ୍ଥା ସହିତ ଯୋଡ଼ିବାର ଏକ ମାଧ୍ୟମ ପାଲଟିଥିଲା।
ବିମୁଦ୍ରୀକରଣ: ୨୦୧୬ରେ ବିମୁଦ୍ରୀକରଣ ବ୍ଲାକ ମନି ଓ ନକଲି ମୁଦ୍ରାକୁ ନିୟନ୍ତ୍ରଣ କରିଛି ।ଟିକସ ଆୟ ବୃଦ୍ଧି କରିଛି ଓ ଆର୍ଥିକ ସ୍ବଚ୍ଛତା ଆଣିଛି, ଯାହା ଅର୍ଥନୀତିକୁ ମଜଭୁତ କରିଛି
ତଲାକ ଆଇନ: ମୁସଲମାନ ମହିଳାଙ୍କ ନ୍ୟାୟ ଓ ସଶକ୍ତିକରଣ ପାଇଁ ତିନି ତଲାକ୍ ଉପରେ ପ୍ରତିବଦ୍ଧକ ଲଗାଯାଇଛି।
ପିଏମ୍ ଉଜ୍ଜ୍ବଳା ଯୋଜନା: ଗ୍ରାମୀଣ ମହିଳାଙ୍କୁ ମାଗଣା ଏଲପିଜି ସଂଯୋଗ ଯୋଗାଇ ସ୍ବାସ୍ଥ୍ୟ ଓ ଜୀବନଧାରାକୁ ଉନ୍ନତ କରାଇବା ଦିଗରେ ପଦକ୍ଷେପ ଗ୍ରହଣ
ଅଯୋଧ୍ୟା : ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ, ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ନେତୃତ୍ୱ ନେଇଥିଲେ।
ସ୍ୱଚ୍ଛ ଭାରତ ମିସନ: ଗାନ୍ଧୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ, ପ୍ରଧାନମନ୍ତ୍ରୀ ମାଦୀ ସ୍ୱଚ୍ଛତାକୁ ଏକ ଆନ୍ଦୋଳନ କରିଥିଲେ। ୧୦ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ହୋଇଥିଲା ଏବଂ ଖୋଲାରେ ମଳତ୍ୟାଗର ହାର୍ ବହୁ ପରିମାଣରେ ହ୍ରାସ ପାଇଥିଲା
ଅନ୍ତର୍ଜାତୀୟ ମାନ୍ୟତା: ନରେନ୍ଦ୍ର ମୋଦୀ ବୈଦେଶିକ ନୀତିକୁ ଏକ ନୂତନ ଦିଗରେ ନେଇଥିଲେ। ଜାତିସଂଘରୁ ଆମେରିକା, ଜାପାନ ଏବଂ ୟୁଏଇ ପର୍ଯ୍ୟନ୍ତ ଭାରତର ବିଶ୍ୱସ୍ତରୀୟ ପ୍ରତିଛବିକୁ ସୁଦୃଢ଼ କରିଛି।
ଜିଏସ୍ଟି: ବିଭିନ୍ନ ଟିକସ ଉଚ୍ଛେଦ କରି, ସମଗ୍ର ଦେଶକୁ ଏକ ରାଷ୍ଟ୍ର, ଗୋଟିଏ ଟିକସ ନୀତି ସହିତ ଯୋଡା ଯାଇଥିଲା। ଏହା ବ୍ୟବସାୟ ପ୍ରକ୍ରିୟାକୁ ସରଳ କରିଥିଲା ଏବଂ ଟିକସ ବ୍ୟବସ୍ଥାକୁ ସ୍ୱଚ୍ଛ କରିଥିଲା
ଭିତ୍ତିଭୂମି ବିକାଶ: ଏକ୍ସପ୍ରେସୱେ, ରେଳବାଇ, ବିମାନବନ୍ଦର ଏବଂ ସ୍ମାର୍ଟ ସିଟି ପ୍ରକଳ୍ପଗୁଡ଼ିକରେ ଭିତ୍ତିଭୂମି ବିସ୍ତାରିତ ହୋଇଛି । ଭାରତରେ ପ୍ରତିଦିନ ହାରାହାରି ୩୭ କିଲୋମିଟର ରାଜପଥ ନିର୍ମାଣ ହେଉଛି।
ଆତ୍ମନିର୍ଭରଶୀଳ ଭାରତ ଅଭିଯାନ: କୋଭିଡ୍ -୧୯ ପରେ, ଆତ୍ମନିର୍ଭରଶୀଳତାକୁ ବିକାଶର ମନ୍ତ୍ର କରାଯାଇଥିଲା। ସ୍ଥାନୀୟ ଉତ୍ପାଦନ ଏବଂ ଏମଏସଏମଇଗୁଡ଼ିକୁ ପ୍ରୋତ୍ସାହନ ମିଳିଥିଲା
ଡିଜିଟାଲ ଇଣ୍ଡିଆ : ମୋଦୀ ସରକାର ସାଧାରଣ ଲୋକଙ୍କ ପାଖରେ ହାତ ପାଅନ୍ତାରେ ପ୍ରଯୁକ୍ତିବିଦ୍ୟା ସହ ଟେକ୍ନୋଲୋଜିକୁ ସହଜ କରାଇଥିଲେ। ୟୁପିଆଇ, ଡିଜିଟାଲ ପେମେଣ୍ଟ ଭଳି ପ୍ଲାଟଫର୍ମଗୁଡ଼ିକ ଲୋକମାନଙ୍କ ଜୀବନକୁ ସରଳ କରିଛି ।