ରାଜଧାନୀରେ ପୁଣି ଲଜ୍ଜା: ୧୧ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ

Advertisment

ଜଣେ ୧୧ ବର୍ଷୀୟା ନାବାଳିକାକୁ ଜଘନ୍ୟ ଭାବେ ଦୁଷ୍କର୍ମ କରାଯାଇଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଛି । ପୀଡ଼ିତା ନାବାଳିକାଙ୍କ ଶାରୀରିକ ଓ ମାନସିକ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଜଣେ ୧୧ ବର୍ଷୀୟା ନାବାଳିକାକୁ ଜଘନ୍ୟ ଭାବେ ଦୁଷ୍କର୍ମ କରାଯାଇଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଛି । ପୀଡ଼ିତା ନାବାଳିକାଙ୍କ ଶାରୀରିକ ଓ ମାନସିକ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

crime

crime Photograph: (kanak news)

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ମାନବିକତାକୁ ଲଜ୍ଜିତ କଲା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ୧୧ ବର୍ଷୀୟା ନାବାଳିକାକୁ ଜଘନ୍ୟ ଭାବେ ଦୁଷ୍କର୍ମ କରାଯାଇଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଛି । ପୀଡ଼ିତା ନାବାଳିକାଙ୍କ ଶାରୀରିକ ଓ ମାନସିକ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ଜୋରଦାର ତନାଘନା ଆରମ୍ଭ କରିଛି ।

ପୀଡ଼ିତାଙ୍କ ପରିବାର ମୂଳତଃ ଗଞ୍ଜାମ ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ବର୍ତ୍ତମାନ ସେମାନେ ଭୁବନେଶ୍ୱରରେ ରହୁଛନ୍ତି । ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ଜଣେ ପାନ ଦୋକାନୀ ବୋଲି ଜଣାପଡ଼ିଛି । ଅଭିଯୋଗ ମୁତାବକ, ଗତ ୪ ତାରିଖ ଦିନ ଉକ୍ତ ପାନ ଦୋକାନୀ ନାବାଳିକାଙ୍କୁ ଏକୁଟିଆ ପାଇ ପ୍ରଥମେ ଦୁଷ୍କର୍ମ ଉଦ୍ୟମ କରିଥିଲା । କିନ୍ତୁ ସେତେବେଳେ ନାବାଳିକା ଜଣକ ଭୟରେ ପାଟି କରିବାରୁ ଅଭିଯୁକ୍ତ ସେଠାରୁ ଖସି ପଳାଇଥିଲା ।

ଅଧିକ ପଢ଼ନ୍ତୁ--୫ବର୍ଷୀୟା ଶିଶୁକୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ

ଏହି ଘଟଣାର କିଛି ଦିନ ପରେ, ଅର୍ଥାତ୍ ବୁଧବାର ଦିନ ନାବାଳିକାଙ୍କ ଘରେ କେହି ନଥିବାର ସୁଯୋଗ ନେଇ କାମୁକ ଦୋକାନୀ ପୁଣି ଥରେ ଘରେ ପଶିଥିଲା । ସେଠାରେ ସେ ନାବାଳିକାଙ୍କ ସହ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା । କେବଳ ସେତିକି ନୁହେଁ, ଯଦି ଏହି କଥା ବାହାରେ କାହାକୁ କୁହେ, ତେବେ ଜୀବନରୁ ମାରିଦେବାକୁ ଧମକ ଦେଇ ସେ ଫେରାର ହୋଇଯାଇଥିଲା । ପରେ ନାବାଳିକା ଜଣକ ସାହସ ସଞ୍ଚୟ କରି ନିଜ ବାପା-ମା’ଙ୍କୁ ସମସ୍ତ ଘଟଣା ଜଣାଇଥିଲେ । 

ଏହା ଶୁଣିବା ପରେ ପରିବାର ଲୋକେ ତୁରନ୍ତ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ଏକ ମାମଲା ରୁଜୁ କରିବା ସହ ତୁରନ୍ତ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ବର୍ତ୍ତମାନ ଫେରାର ଥିବାରୁ, ତାକୁ ଗିରଫ କରିବା ପାଇଁ ପୁଲିସର ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ରାଜଧାନୀର ବୁକୁରେ ଜଣେ ନାବାଳିକା ସହ ଏଭଳି ବର୍ବର କାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe