କନକ ବ୍ୟୁରୋ: ଅପରେସନ ସିନ୍ଦୂର ଭାଙ୍ଗିଦେଲା ପାକ୍‌ର ଅଣ୍ଟା । ଘନ ଘନ ମିସାଇଲ, ଡ୍ରୋନ୍‌ ମାଡରେ ଥରହର ହୋଇଥିଲା ପାକିସ୍ତାନ । ଭାରତୀୟ ସେନାର  ଦୃଢ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ସେନା ଭୟଭୀତ । ଅନେକ ଆତଙ୍କବାଦୀଙ୍କ ଆଡ୍ଡା ହୋଇଥିଲା ଧ୍ବଂସ,  ଅନେକ ପାକ୍‌ ସେନାଙ୍କ ମଧ୍ୟ ହୋଇଥିଲା ମୃତ୍ୟୁ । ଭାରତର ଆକ୍ରମଣରେ ପାକ୍‌ରେ  ହୋଇଛି ଅନେକ କ୍ଷୟକ୍ଷତି ।  କିନ୍ତୁ ଏହି କଥାକୁ ପାକିସ୍ତାନ ଆଦୌ ମାନିବାକୁ ପ୍ରସ୍ତୁତ ନଥିଲା । କିନ୍ତୁ ଏବେ ମାନିବାକୁ ଆରମ୍ଭ କରିଛି । ପାକିସ୍ତାନ କହିଛି ଭାରତର ଆକ୍ରମଣରେ ତାର ୧୧ ସୈନିକ ମୃତ୍ୟୁ ବରଣ କରିଥିବାବେଳେ ୭୮ ଜଣ ଗୁରୁତର ହୋଇଛନ୍ତି । ପାକିସ୍ତାନ ଏହା ମଧ୍ୟ ସ୍ବୀକାର କରିଛି  ଭାରତର ମିସାଇଲ ମାଡରେ ପାକିସ୍ତାନୀ ବାୟୁସେନା ମଧ୍ୟ ଭାରି କ୍ଷତି ସହିଛି । ବାୟୁସେନାର ୫ ଅଧିକାରୀ ମୃତ୍ୟୁ ବରଣ କରିଛନ୍ତି ।

Advertisment

ଗୁଳିବର୍ଷାରେ ୪୦ ନାଗରିକଙ୍କ ମଧ୍ୟ ଜୀବନ ଯାଇଛି । ନିଜ ଦେଶର ଜନତାଙ୍କୁ ଅନ୍ଧାରରେ ରଖି ଗୁଜବ ସୃଷ୍ଟି କରିଥିଲା ଯେ, ଭାରତର ଆକ୍ରମଣରେ ଦେଶର କିଛି କ୍ଷୟକ୍ଷତି ହୋଇନି । ଏମିତି ବି ଗୁଜବ ସୃଷ୍ଟି କରିଥିଲା ଯେ, ଭାରତ ଡରିକି ଅସ୍ତ୍ରବିରତି ଘୋଷଣା କରିଛି । କିନ୍ତୁ  ଏବେ ନିଜ ମୁହଁରେ ମାନିଛି ପାକିସ୍ତାନ ଯେ ଭାରତର ଆକ୍ରମଣରେ ଆମେ ଥରହର । ଏପଟେ ଭାରତୀୟ ସେନା ସ୍ପଷ୍ଟ କରିଛି ଯେ ଅପରେସନ ସିନ୍ଦୂର ମାଧ୍ୟମରେ ୧୦୦ ଆତଙ୍କୀ, ପାକ୍ ର ୪୦ ସେନା ଏବଂ ଅଧିକାରୀ ପ୍ରାଣ ହରାଇଛନ୍ତି ।  
 

ପାକିସ୍ତାନ ଗଣମାଧ୍ୟମରେ କ୍ଷୟକ୍ଷତିର ସୂଚନା ଦିଆଯାଇଛି । ପାକିସ୍ତାନ ଆର୍ମି କହିବାନୁଯାୟୀ, ଏଲଓସି ରେ ଗୁଳିବର୍ଷା କାରଣରୁ କିଛି ନାଗରିକ ଗୁରୁତର ହୋଇଛନ୍ତି । ଆଇଏସ୍‌ପିଆରର ମତ ଅନୁସାରେ ୭ ମହିଳା, ୧୫ ପିଲାଙ୍କ ସମତେ ୪୦ ନାଗରିକଙ୍କ ଜୀବନ ଯାଇଛି ।  ଖାଲି ଏତିକି ନୁହେଁ ଭାରତ ଆକ୍ରମଣରେ ପାକିସ୍ତାନର ହୋଇଥିବା କ୍ଷୟକ୍ଷତିର ଆଉ ଏକ ବଡ଼ ପ୍ରମାଣ ସାମ୍ନାକୁ ଆସିଛି । ଯେଉଁଥିରେ ପାକ୍‌ ସେନାମୁଖ୍ୟ ଆସୀମ ମୁନିର ରାୱଲପିଣ୍ଡିର ଏକ ହସ୍ପିଟାଲ ଯାଇ ଗୁରୁତର ହୋଇଥିବା ସେନାଙ୍କୁ ସାକ୍ଷାତ କରିଛନ୍ତି ।  

ଏତେ କ୍ଷୟକ୍ଷତି ହେଲା ପରେ ବି ପାକ୍‌ ତାର କାର୍ଯ୍ୟକଳାପରୁ ବାଦ୍‌ ପଡୁନି । କଥାରେ ଅଛି ଚୋର ମୁହଁ ଟାଣ । ଏହି କଥା ପାକିସ୍ତାନ ପାଇଁ ଶତପ୍ରତିଶତ ପ୍ରଯୁଜ୍ୟ । କାରଣ ପାକିସ୍ତାନ ଏପରି  ଏକ ଦେଶ ଯିଏ କି ନିଜ ଭୁଲ ପାଇଁ କେବେ ପଶ୍ଚାତାପ୍‌ କରେନି କି ଭୁଲ କରି ସ୍ବୀକାର ମଧ୍ୟ କରେନି ।  ଖାଲି ଏତିକି ନୁହେଁ ବାରମ୍ବାର ଚେତାଇଲା ପରେ ବି ପାକିସ୍ତାନର ପ୍ରକୃତିରେ ସୁଧାର ଆସୁନି ।