କନକ ବ୍ୟୁରୋ:  ଉତ୍ତର-ପୂର୍ବ ଦିଲ୍ଲୀ ମୁସ୍ତାଫାବାଦ ବିଲ୍ଡିଂ ଭୁଷୁଡିବା ଦୁର୍ଘଟଣାରେ ବଢୁଛି ମୃତ୍ୟୁସଂଖ୍ୟା । ଏଯାବତ ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଥିବା ଜଣାଡପଡିଛି । ଏହି ବିଲ୍ଡିଂ ଟି ୨୦ବର୍ଷ ପୂରଣା ହୋଇଥିବା ବେଳେ ଭଡାରେ ଲାଗିଥିଲା ବୋଲି ସରକାରୀ ଅଧିକାରୀ କହିଛନ୍ତି । ତେବେ ଘର ମାଲିକ ମଧ୍ୟ ମୃତବରଣ କରିଛନ୍ତି ।

Advertisment

ଏହାସହିତ ଅନେକ ଏବେବି ଫସିରହିଥିବା ସୂଚନା ମିଳିଛି । ରାତି ପ୍ରାୟ ୩ଟା ବେଳେ ହଠାତ୍ ଭୁଶୁଡ଼ି ପଡ଼ିଥିଲା ବିଲ୍ଡିଂ। ତୁରନ୍ତ ଏନଡିଆରଏଫ୍ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଘଟଣାସ୍ଥଳରୁ ୧୪ ଜଣଙ୍କୁ ଉଦ୍ଧାର କରାଯାଇଛି । ବିଳମ୍ବିତ ରାତି ପାଖାପାଖି ୩ଟାରେ କୋଠା ଭୁଶୁଡ଼ିବା ନେଇ ଅଗ୍ନିଶମ ବିଭାଗକୁ ଫୋନ୍ ଆସିଥିଲା । ଅଗ୍ନିଶମ ବିଭାଗ ସହ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ଏବେବି ଲୋକଙ୍କୁ ଉଦ୍ଧାର କରାଯାଉଛି । ବଡ଼ କଥା ହେଉଛି, ମୃତକଙ୍କ ସଂଖ୍ୟା ବଢ଼ିବା ଏବେବି ମଧ୍ୟ ଆଶଙ୍କା କରାଯାଉଛି । ବିଲ୍ଡିଂ କେମିତି ଭୁଶୁଡ଼ିଲା, ସେ ନେଇ ତଦନ୍ତ ଚଳାଇଛି ପୁଲିସ । ସେପେଟ ବିଲ୍ଠିଂ ଭୁଶୁଡ଼ିବାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି ।